ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଫ୍ୟାନ୍ସ କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ଭରପୁର । ପାକିସ୍ତାନର ଫେମସ ଅଭିନେତ୍ରୀ ମାହିରା ଖାନ, ଶାହରୁଖଙ୍କ ସହ ଫିଲ୍ମ ‘ରଇସ’ରେ କାମ କରିସାରିଛନ୍ତି । ସେ ମଧ୍ୟ ଶାହରୁଖଙ୍କ ବଡ ପ୍ରଶଂସକ । ଇତିମଧ୍ୟରେ ମାହିରା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଚର୍ଚ୍ଚାରେ ଆସିଛନ୍ତି । ଆଉ ଭିଡିଓରେ ସେ ଶାହରୁଖଙ୍କୁ ‘ବ୍ୟାଟ୍ରି’ ଓ ‘ଗଧେଡା’ କହୁଥିବାର ନଜର ଆସୁଛନ୍ତି ।
ନିକଟରେ ଫିଲ୍ମ ‘ରଇସ’ ରିଲିଜକୁ ତିନି ବର୍ଷ ପୂରଣ ହୋଇଥିଲା । ଏହି ଅବସରରେ ମାହିରା ଫିଲ୍ମର ଏକ ସିନନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଫିଲ୍ମରେ ମାହିରା ଓ ଶାହରୁଖ ପତି-ପତ୍ନୀ ଭୂମିକାରେ ଅଭିନୟ କରିଥିଲେ । ଭିଡିଓ ସେୟାର କରି କ୍ୟାପସନରେ ମାହିରା ଲେଖିଛନ୍ତି, ‘ମୋ ପୁରୁଣା ସ୍ମୃତିରେ ସବୁଠାରୁ ପସନ୍ଦୀୟ ।’