ଓଡିଶା

odisha

ETV Bharat / sitara

'ଆତଙ୍କବାଦୀ ନିପାତ ପାଇଁ ଭାରତ ସହ ହାତ ମିଶାଉ ପାକିସ୍ତାନ'

ରିଷି ଯିଏକି ସର୍ବଦା ପ୍ରାୟ ମୁଦ୍ଦାରେ ନିଜ ମନ୍ତବ୍ୟ ରଖିବାକୁ ପସନ୍ଦ କରନ୍ତି ନିକଟରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, 'ଆତଙ୍କୀ ନିପାତ କରିବାକୁ ପାକିସ୍ତାନ ଭାରତ ସହ ହାତ ମିଶାଇବା ଦରକାର ।'

By

Published : Mar 11, 2019, 11:28 AM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ


ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ରିଷି କପୁର ଏବେ ନ୍ୟୁୟର୍କରେ ଚିକିତ୍ସାଧୀନ । ପୂର୍ବରୁ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ରିଷି ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି ...

ରିଷି ଯିଏକି ସର୍ବଦା ପ୍ରାୟ କଥାରେ ନିଜ ମନ୍ତବ୍ୟ ରଖିବାକୁ ପସନ୍ଦ କରନ୍ତି ନିକଟରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, 'ଆତଙ୍କୀ ନିପାତ କରିବାକୁ ପାକିସ୍ତାନ ଭାରତ ସହ ହାତ ମିଶାଇବା ଦରକାର ।'

ସେ ଲେଖିଛନ୍ତି, 'ଅରୁଣ ଜେଟଲୀଙ୍କ ସହ ସହମତ । ଯଦି ପାକିସ୍ତାନ ସତରେ ଆତଙ୍କୀ ଶେଷ କରିବାକୁ ଚାହୁଁଛି ତାଙ୍କ କହିବାନୁଯାୟୀ..ତେବେ ଏହା କରିବା ପାଇଁ ସେ ଭାରତ ସହ ହାତ ମିଶାଇବା ଦରକାର। କାରଣ ଉଭୟ ଦେଶର ସାଧାରଣ ଜନତାଙ୍କପାଇଁ କୌଣସି ମତଭେଦ ନାହିଁ । ଯଦି ଇମ୍ରାନ କରିପାରିବେନାହିଁ ତେବେ ପାକିସ୍ତାନ ସେନା କିମ୍ବା ଆଇଏସଆଇ କରିବା ଦରକାର । ଭାବନ୍ତୁ ।'

ତେବେ ନିକଟରେ ଅରୁଣ ଜେଟଲୀ ଏକ ସାକ୍ଷାତକାରରେ ଆସି ପାକିସ୍ତାନ କାହିଁକି ଭାରତର ଏୟାରଷ୍ଟାଇକକୁ ସ୍ବୀକାର କରୁନାହିଁ ଓ ଆତଙ୍କୀ ନିପାତ କରିବାରେ ସାହାଯ୍ୟ କରୁନାହିଁକୁ ନେଇ ରଖିଥିଲେ ନିଜର ମତ ।

ପ୍ରକାଶ ଥାଉକି, ରିଷି ଦୀର୍ଘଦିନରୁ ନ୍ୟୁୟର୍କରେ ଚିକିତ୍ସା କରାଉଛନ୍ତି । ରିଷିଙ୍କ ପାଖରେ ପତ୍ନୀ ନିତୁ ଥିବାବେଳେ ରଣବୀର ଓ ରିଦ୍ଦିମା ମଧ୍ୟ ପ୍ରାୟ ଯିବା ଆସିବା କରୁଛନ୍ତି । ଗତ କିଛିଦିନ ମଧ୍ୟରେ ପ୍ରାୟ ସେଲିବ୍ରିଟୀ ରିଷିଙ୍କୁ ଦେଖା କରିବାକୁ ଯାଇଛନ୍ତି । ସେମାନଙ୍କ ମଧ୍ୟରେ ଆଲିୟା ଭଟ୍ଟ, ଅମିର ଖାନ, ଅନୁପମ ଖେର, ପ୍ରିୟଙ୍କା ଚୋପ୍ରା, ସୋନାଲୀ ବେନ୍ଦ୍ରେ, ଜାଭେଦ ଅଖତର ଆଦି ଅନ୍ୟତମ ।

ABOUT THE AUTHOR

...view details