ଓଡିଶା

odisha

କରୋନା ଭାଇରସ ଭୟ: ରଦ୍ଦ ହେଲା ପଦ୍ମ ପୁରସ୍କାର ସମାରୋହ

By

Published : Mar 15, 2020, 4:24 AM IST

ଏପ୍ରିଲ 3ରେ ରାଷ୍ଟ୍ରପତି ଭବନରେ ହେବାକୁ ଯାଉଥିବା ପଦ୍ମ ପୁରସ୍କାର ସମାରୋହକୁ ବର୍ତ୍ତମନ ସ୍ଥଗିତ ରଖାଯାଇଛି । କୋରୋନା ଭାଇରସ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର । କିଛି ଦିନ ପରେ ଘୋଷଣା ହେବ ନୂଆ ତାରିଖ ଓ ସମୟ।

_padma award ceremony
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: କୋରୋନା ଭାଇରସ ଭୟରେ ପୁରା ବିଶ୍ବ । ଏହାକୁ ଦୃଷ୍ଟିରେ ରଖି ସବୁ ବଡ ବଡ ଇଭେଣ୍ଟ ରଦ୍ଦ କରାଯାଉଛି । ଭାରତରେ ଏହି ମହାମାରୀ ରୋଗୀଙ୍କ ସଂଖ୍ୟା ବଢି 84ରେ ପହଞ୍ଚିଲାଣି । ଅନେକ ରାଜ୍ୟରେ ସ୍କୁଲ କଲେଜ ସହ ମଲ୍ସ, ସିନେମାଘର ଓ ଜିମ, ମଧ୍ୟ ବନ୍ଦ କରିଦିଆଯାଇଛି । ବଲିଉଡ ମେକର୍ସ ମଧ୍ୟ ନିଜ ଫିଲ୍ମ ରିଲିଜ ତାରିଖ ଘୁଞ୍ଚାଇବାରେ ଲାଗିଛନ୍ତି । ଅକ୍ଷୟ କୁମାର ନିଜ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ ତାରିଖ ଶୁକ୍ରବାର ଘୁଞ୍ଚାଇ ଦେଇଛନ୍ତି । ଏମାସ 24ରେ ରିଲିଜ ହେବାର ଥିଲା ଫିଲ୍ମ । ଏହାସହ ଅନେକ କ୍ରିକେଟ ମ୍ୟାଚ, ଫିଲ୍ମ ସୁଟିଂକୁ ମଧ୍ୟ ବର୍ତ୍ତମାନ ସ୍ଥଗିତ ରଖାଯାଇଛି ।

ଇତିଧ୍ୟରେ ଖବର ସାମ୍ନାକୁ ଆସିଛି ଯେ ଏପ୍ରିଲ 3ରେ ରାଷ୍ଟ୍ରପତି ଭବନରେ ହେବାକୁ ଯାଉଥିବା ପଦ୍ମ ପୁରସ୍କାର ସମାରୋହ ରଦ୍ଦ କରାଯାଇଛି । ଖବର ଅନୁଯାୟୀ ଭାରତ ସରକାର ଘୋଷଣା କରିଛନ୍ତି ଯେ ଏପ୍ରିଲ 3ରେ ରାଷ୍ଟ୍ରପତି ଭବନରେ ହେବାକୁ ଯାଉଥିବା ପଦ୍ମ ଆୱାର୍ଡ ସେରେମନି ରଦ୍ଦ କରାଯାଉଛି । ଆଉ କିଛି ଦିନ ମଧ୍ୟରେ ନୂଆ ତାରିଖ ଓ ସମୟର ଘୋଷଣା କରାଯିବ । ଏହାପୂର୍ବରୁ ଆଇଫା ଆୱାର୍ଡ ସୋ କୁ ମଧ୍ୟ କ୍ୟାନ୍ସଲ କରାଯାଇଥିଲା ।

ପ୍ରକାଶ ଥାଉକି ଏଥର ପଦ୍ମ ପୁରସ୍କାରରେ ନିର୍ମାତା କରନ ଜୋହର, ଅଭିନେତ୍ରୀ କଙ୍ଗନା ରଣାୱତ, ଟିଭି ପ୍ରଯୋଜକ ଏକତା କପୁର ଓ ସିଙ୍ଗର ସୁରେଶ ୱାଡକର, ଅଦନାନ ସାମୀ ଓ ଟିଭି ଅଭିନେତ୍ରୀ ସରିତା ଯୋଶୀଙ୍କୁ ପଦ୍ମ ପୁରସ୍କାରରେ ପୁରସ୍କୃତ କରାଯିବ ।

ABOUT THE AUTHOR

...view details