ଓଡିଶା

odisha

ETV Bharat / sitara

ବିବାଦରେ ‘ପାତାଲ ଲୋକ’, ଅନୁଷ୍କାଙ୍କୁ ମିଳିଲା ଲିଗାଲ ନୋଟିସ୍ - ୱେବ ସିରିଜ ସିନକୁ ନେଇ ବିବାଦ

ନିଜର ଡେବ୍ୟୁ ସିରିଜ ‘ପାତାଲ ଲୋକ’କୁ ନେଇ ସମସ୍ୟା ଘେରରେ ଅନୁଷ୍କା ଶର୍ମା। ସିରିଜରେ ଗୋଟିଏ ସିନରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରି ହଟହଟା ସେ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : May 21, 2020, 1:08 PM IST

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଡିଜିଟାଲ ଦୁନିଆରେ ପଦାର୍ପଣ କରିସାରିଛନ୍ତି। ସେ ପ୍ରଯୋଜକ ରୂପେ ନିଜର ପ୍ରଥମ ୱେବ ସିରିଜ ‘ପାତାଲ ଲୋକ’ ଜରିଆରେ ଡେବ୍ୟୁ କରିଛନ୍ତି । ଗତ 15 ତାରିଖରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଥିବା ଏହି ସିରିଜକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ। ସେହିପରି ସିରିଜକୁ ଶାନଦାର ପ୍ରତିକ୍ରିୟା ଦେଇଛନ୍ତି କ୍ରିଟିକ୍ସ। ଏହାର ବଡ ସଫଳତାକୁ ନେଇ ମେକର୍ସ ଏହାର ଦ୍ବିତୀୟ ସିଜନ ଆଣିବାକୁ ଯୋଜନା କରୁଥିବା ବେଳେ ସମସ୍ତଙ୍କୁ ବଡ ଝଟକା ମିଳିଛି।

କାରଣ ‘ପାତାଲ ଲୋକ’ର କିଛି ସିନ ଉପରେ ନର୍ଥ ଇଷ୍ଟ ଦର୍ଶକ ଆପତ୍ତି ପ୍ରକାଶ କରିଥିଲେ। ଯାହାକୁ ନେଇ ବିବାଦ ଘେରରେ ସିରିଜ। ଏବେ ଅନୁଷ୍କାଙ୍କୁ ଲିଗଲ ନୋଟିସ୍ ପଠାଯାଇଛି । ଲୟର ଗିଲ୍ଡ ମେମ୍ବର ବୀରେନ ସିଂ ଗୁରଙ୍ଗ ଲିଗାଲ ନୋଟିସ୍ ପଠାଇଛନ୍ତି।

ଅନୁଷ୍କାଙ୍କୁ ଗତ 18 ତାରିଖରେ ପଠାଯାଇଥିବା ଏହି ନୋଟିସ୍‌ରେ ଅଭିଯୋଗ ଲଗାଯାଇଛି ଯେ ୱେବ ସିରିଜରେ ଜାତି ସୂଚକ ଶବ୍ଦର ବ୍ୟବହାର କରାଯାଇଛି। ଯେଉଁଥିରେ ପୁରା ନେପାଳୀ ସମୁଦାୟର ଅପମାନ ହୋଇଛି।

ଏହି ମାମଲାରେ ବୀରେନ କହିଛନ୍ତି ଯେ ସିରିଜର ଦ୍ବିତୀୟ ଏପିସୋଡରେ ଏକ ସିନରେ ଲେଡି ପୋଲିସ ଅଫିସର ଜଣେ ନେପାଳୀ ଭୂମିକାକୁ ପଚରାଉଚରା କରୁଥିବା ସମୟରେ ଜାତି ସୂଚକ ଶବ୍ଦର ବ୍ୟବହାର କରିଛନ୍ତି । ଯଦି କେବଳ ନେପାଳୀ ଶବ୍ଦର ବ୍ୟବହାର କରାଯାଇଥାଆନ୍ତା । ତେବେ ଆମକୁ କୌଣସି ଅସୁବିଧା ହୋଇନଥାଆନ୍ତା । ହେଲ ବ୍ୟବହାର କରାଯାଇଥିବା ଶବ୍ଦ ଆଦୌ ଗ୍ରହଣୀୟ ନୁହେଁ। ଅନୁଷ୍କା ସିରିଜର ପ୍ରଯୋଜକ ହୋଇଥିବାରୁ ତାଙ୍କୁ ନୋଟିସ୍ ପଠାଯାଇଛି।

ପ୍ରକାଶ ଥାଉକି ‘ପାତାଲ ଲୋକ’ରେ ଜୟଦୀପ ଅହଲାବତ, ନୀରଜ କାବି, ଅଭିଷେକ ବାନାର୍ଜୀ, ଶ୍ବାସ୍ତିକ ମୁଖାର୍ଜୀ, ନିହାରିକା, ଜଗଜୀତ, ଗୁଲ ପନାଗ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମଟି କ୍ରାଇମ, ଥ୍ରିଲର, ଫେକ ନ୍ୟୁଜ ଓ ଆତଙ୍କବାଦୀ ଭଳି କାହାଣୀକୁ ନେଇ ଆଧାରିତ ।

ABOUT THE AUTHOR

...view details