ମୁମ୍ବାଇ: ଦର୍ଶକଙ୍କ ଅଲ୍ ଟାଇମ ଫେଭରେଟ ଫିଲ୍ମରେ ସାମିଲ ଆକ୍ସନ ଡ୍ରାମା ଫିଲ୍ମ ‘ବାହୁବଳୀ’ । ଯାହାର ରିଲିଜକୁ 5 ବର୍ଷ ପୂରଣ ହୋଇସାରିଛି । ଆଜି ମଧ୍ୟ ଦର୍ଶକଙ୍କ ପସନ୍ଦୀୟ ଫିଲ୍ମ ‘ବାହୁବଳୀ’ । ପ୍ରଥମ ଭାଗ ସମସ୍ତଙ୍କୁ ଏତେ ଆକର୍ଷିତ କରିଥିଲା ଯେ ଏହାର ଦ୍ବିତୀୟ ଭାଗ ଆଣିବାକୁ ବାଧ୍ୟ ହୋଇଥିଲେ ମେକର୍ସ । ହେଲେ ଇତିମଧ୍ୟରେ ଓିଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ବର୍ତ୍ତମାନ ‘ବାହୁବଳୀ’ ରିଲିଜ କରିବାକୁ ମନା କରିଦେଇଛି ।
ତେବେ କଥାଟି ହେଲା ଯେ ନେଟଫ୍ଲିକ୍ସ 100 କୋଟି ବଜେଟରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ନେଇ ଖୁସି ନାହିଁ । ଏଥିପାଇଁ ଏହି କଣ୍ଟେଣ୍ଟକୁ ନିଜ ପ୍ଲାଟଫର୍ମରେ ସ୍ଥାନ ଦେବାକୁ ରାଜି ହେଉନାହିଁ । ଏବେ ମେକର୍ସ ଫିଲ୍ମର ସ୍କ୍ରିପ୍ଟ, ଷ୍ଟାରକାଷ୍ଟ ଓ ଟେକ୍ନିସିଆନ ଟିମ ଉପରେ ପୁନଃ କାମ ଆରମ୍ଭ କରିଛି । କାରଣ ଫିଲ୍ମ ନୁହେଁ ସିରିଜ ରୂପେ ନେଟଫ୍ଲିକ୍ସ ଏହାର ଷ୍ଟ୍ରିମିଂ କରିବାକୁ ଚାହୁଁଛି । ଏହାସହ ପୁଣିଥରେ ଫିଲ୍ମର ସୁଟିଂ କରିବାକୁ ଯୋଜନା ମଧ୍ୟ କରାଯାଉଛି ।