ମୁମ୍ବାଇ: ଫେମସ ପଞ୍ଜାବୀ ସିଙ୍ଗର ଦଲେର ମେହନ୍ଦୀଙ୍କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି ଯେ ତାଙ୍କୁ ଗିରଫ କରାଯାଇଛି । ଏହି ଖବର ଉପରେ ବର୍ତ୍ତମାନ ସେ ପ୍ରତିକ୍ରିୟା ରଖି ପୁଣିଥରେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରି ସେ ଏହି ଖବରକୁ ଖଣ୍ଡନ କରିଛନ୍ତି ।
ଗିରଫ ଉପରେ ପ୍ରତିକ୍ରିୟା ଦେଲେ ଗାୟକ ଦଲେର - ଭାଇରାଲ ହେଲା ଦଲେର ମେହନ୍ଦୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟ
ଗିରଫ ହେବା ଖବର ଉପରେ କ୍ରୋଧିତ ନଜର ଆସୁଛନ୍ତି ଦଲେର । ସୋସିଆଲ ମିଡିଆରେ ଭିଡିଓ ସେୟାର କରି ମିଥ୍ୟା ଲୋକଙ୍କଠୁ ଦୂରେଇ ରହିବାକୁ କହିଲେ ସମସ୍ତଙ୍କୁ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦଲେର ମେହନ୍ଦୀ
ଦଲେର ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓ କ୍ୟାପସନରେ ଲେଖିଛନ୍ତି, ‘ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ମୋ ବିରୋଧରେ ମିଥ୍ୟ ଖବର ପ୍ରଚାର ଏବଂ ପ୍ରସାର କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।’
ସେହିପରି ସେ ଭିଡିଓରେ ଏହା କହୁଥିବାର ନଜର ଆସୁଛନ୍ତି, ‘ହାଲୋ ମୁଁ ଦଲେର ମେହନ୍ଦୀ । ଆଉ ସତେଜ ଖବର ହେଲା ଯେ ଦଲେର ଗିରଫ ହୋଇଛନ୍ତି । ଏହା କେବଳ ଉଡା ଖବର । ମୁଁ ଆପଣଙ୍କୁ କହିବାକୁ ଚାହେଁ ଦେଶଦ୍ରୋହୀ ଏବଂ ସବୁବେଳେ ମିଥ୍ୟା କହୁଥିବା ଲୋକେ ଏହି ଖବର ପ୍ରଚାର କରିଛନ୍ତି । ଦୟା କରି ଏଭଳି ଲୋକଙ୍କଠୁ ଦୂରେଇ ରୁହନ୍ତୁ ।’