ଓଡିଶା

odisha

By

Published : Oct 26, 2020, 2:35 PM IST

ETV Bharat / sitara

ରବୀନା @46, ଏପରି ଥିଲା ମଡେଲିଂରୁ ବଲିଉଡ ଯାତ୍ରା

ଆଜି ଧୁମଧାମରେ ଜନ୍ମଦିନ ପାଳୁଛନ୍ତି ରବୀନା । ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଫ୍ୟାନ୍ସ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: 90 ଦଶକର ସୁନ୍ଦରୀ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ମସ୍ତ ମସ୍ତ ଅନ୍ଦାଜରେ ଏବେ ବି ଦିୱାନା ଫ୍ୟାନ୍ସ । ତାଙ୍କ ଆଇଟମ ସଙ୍ଗ ‘ତୁ ଚିଜ୍ ବଡି ହେ ମସ୍ତ ମସ୍ତ’ ଗୀତ ସମସ୍ତଙ୍କ ଓଠରେ। 46 ବର୍ଷରେ ମଧ୍ୟ କମିନି ତାଙ୍କ ସୌନ୍ଦର୍ଯ୍ୟ । ଆଜି ତାଙ୍କ 46ତମ ଜନ୍ମଦିନ । 1974 ଅକ୍ଟୋବର 26ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ରବୀନା ଅଭିନୟରେ ପାଦ ଦେବା ପୂର୍ବରୁ ମଡେଲିଂ କ୍ୟାରିୟରରେ ଆକ୍ଟିଭ ଥିଲେ । ତାଙ୍କ ପିତା ରବି ଟଣ୍ଡନ ମଧ୍ୟ ବଲିଉଡରେ ସକ୍ରିୟ । ସେ ନିର୍ଦ୍ଦେଶକ ରୂପେ କିଛି ଫିଲ୍ମରେ କାମ କରି ପରିଚିତ ହୋଇଥିଲେ। ରବୀନାଙ୍କ ଜନ୍ମଦିନରେ ନଜର ପକାଇବା କିଛି ଖାସ୍ କଥା ଉପରେ...

ସେ ମୁମ୍ବାଇର ଜୁହୁ ସ୍ଥିତ ଜମୁନାବାଈ ପବ୍ଲିକ ସ୍କୁଲରେ ପାଠ ପଢିଥିଲେ। ପାଠ ପଢୁଥିବା ସମୟରେ ମଡେଲିଂର ଅଫର ମିଳୁଥିଲା ତାଙ୍କୁ । ଆଉ ମଡେଲିଂ କରିବାର କିଛି ବର୍ଷ ପରେ ତଥା 1991ରେ ଫିଲ୍ମ ‘ପଥର କେ ଫୁଲ’ ଜରିଆରେ ସେ ବଲିଉଡରେ ଏଣ୍ଟ୍ରି କଲେ। ସେ ଏମିତି ଅଭିନେତ୍ରୀ ଥିଲେ ଯାହାଙ୍କୁ ନିଜ ଡେବ୍ୟୁ ଫିଲ୍ମ ପାଇଁ ଫିଲ୍ମଫେୟାରର ନ୍ୟୁ ଫେସ ଅଫ ଦ ଇୟର ଆୱାର୍ଡ ମିଳିଲା ।

ପିତାଙ୍କ ନାମ ରବି ଓ ମା'ଙ୍କ ନାମ ବିନା ଥିବାରୁ ତାଙ୍କ ନାମ ରବିନା ରଖିଥିଲେ ପରିବାର । ସେହିପରି ତାଙ୍କୁ ସ୍ନେହରେ ମୁନମୁନ ଡାକନ୍ତି ସମ୍ପର୍କୀୟ। ଏହି ନାମ ତାଙ୍କର ମାମୁ ତଥା ଅଭିନେତା ମୌକମୋହନ ରଖିଥିଲେ ।

ମଡେଲିଂ ସମୟରେ ରବିନା ଫେମସ ବିଜ୍ଞାପନ ମେକର ପ୍ରହ୍ଲାଦ କକ୍କରଙ୍କ ସହ କାମ କରିଥିଲେ । ରବୀନା ବଲିଉଡକୁ ଅନେକ ସୁପରଡୁପର ହିଟ୍ ଫିଲ୍ମ ଦେଇଛନ୍ତି । ଏହି କ୍ରମରେ ସାମିଲ ଅଛି ‘ମୋହରା’, ‘ଦିଲୱାଲେ’ ଓ ‘ଲାଡଲା’ ଭଳି ଫିଲ୍ମ ।

ତାଙ୍କୁ ‘କୁଛ୍କୁ‌ଛ୍‌ ହୋତା ହେ’ରେ ରାନୀ ମୁଖାର୍ଜୀ ଓ ‘ଦିଲ ତୋ ପାଗଲ ହେ ମେଁ’ କରିସ୍ମା କପୁରଙ୍କ ରୋଲ ଅଫର ହୋଇଥିଲା । ହେଲେ ସେ ଏହି ଅଫରକୁ ରିଜେକ୍ଟ କରିଦେଇଥିଲେ ।

ଫିଲ୍ମ ବ୍ୟତୀତ ନିଜ ଲଭଲାଇଫକୁ ନେଇ ମଧ୍ୟ ସେ ବେଶ୍ ଚର୍ଚ୍ଚିତ ସେ। ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ଚାଲିଥିଲା ତାଙ୍କ ରୋମାନ୍ସ। ହେଲେ ନିର୍ବନ୍ଧ କରି ବ୍ରେକଅପ୍ କରିଥିଲେ ଏହି ଯୋଡି। ପ୍ରେମରେ ହତାଶ ହେବା ପରେ ରବିନା ଫିଲ୍ମ ଡିଷ୍ଟ୍ରିବ୍ୟୁଟର ଅନିଲ ଥଡାନିଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ । ପୂର୍ବରୁ ବିବାହିତ ଥିବା ଅନିଲଙ୍କ ସହ 2004 ଫେବୃଆରୀ 22ରେ ଉଦୟପୁରରେ ବିବାହ ବନ୍ଧନରେ ଆବଦ୍ଧ ଥିଲେ ରବୀନା। ଏହି କପଲଙ୍କ ଝିଅ ରାଶା ଓ ପୁଅ ରଣବୀର ଅଛନ୍ତି । ବିବାହ ପୂର୍ବରୁ ରବୀନା ଦୁଇ ଝିଅଙ୍କୁ ଆଡପ୍ଟ ମଧ୍ୟ କରିଥିଲେ ।

ABOUT THE AUTHOR

...view details