ଓଡିଶା

odisha

ETV Bharat / sitara

'ଛିଚୋରେ'@1, ଭିଡିଓ ସେୟାର କରି ସୁଶାନ୍ତଙ୍କୁ ମନେ ପକାଇଲେ ନିର୍ମାତା - one year of chhichhore

ଅଭିନେତା ସୁଶାନ୍ତ, ଶ୍ରଦ୍ଧା କପୁର ଏବଂ ବରୁଣ ଶର୍ମାଙ୍କ ଫିଲ୍ମ 'ଛିଚୋରେ'କୁ ଆଜି ଏକ ବର୍ଷ ପୂରଣ କରିଛି। ଏଭଳି ପରିସ୍ଥିତିରେ ଫିଲ୍ମର ନିର୍ମାତା ଏବଂ ଅଭିନେତାମାନେ ଏକ ସୁନ୍ଦର ଭିଡିଓ ସେୟାର କରି ସୁଶାନ୍ତଙ୍କୁ ମନେ ପକାଇଛନ୍ତି । ଅଧିକ ପଢନ୍ତୁ...

one year of chhichhore cast and crew give emotional tributes to sushant
'ଛିଚୋରେ'@1, ଭିଡିଓ ସେୟାର କରି ସୁଶାନ୍ତଙ୍କୁ ମନେ ପକାଇଲେ ନିର୍ମାତା

By

Published : Sep 6, 2020, 8:25 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସୁପରହିଟ ଫିଲ୍ମ 'ଛିଚୋରେ'କୁ ଆଜି ଏକ ବର୍ଷ ପୂରଣ କରିଛି । ଏହି ଅବସରରେ ଫିଲ୍ମର କୋ-ଷ୍ଟାରମାନେ ତାଙ୍କୁ ମନେ ପକାଇଛନ୍ତି।

ବରୁଣ ଶର୍ମା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'କମୋ' ଲେଖାଥିବା ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ହାର୍ଟ ଏବଂ ବ୍ଲାଙ୍କ ବ୍ୟାଗ୍ରାଉଣ୍ତରେ କିଛି ତାରକାଙ୍କ ଫଟୋ ଥିଲା। ଏହି ଚଳଚ୍ଚିତ୍ରରେ ବରୁଣଙ୍କ ସୁଶାନ୍ତଙ୍କୁ 'କାମୋ' ବୋଲି ଡାକୁଥିଲେ।

ଏହି ଫିଲ୍ମରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ଥିବା ଅଭିନେତ୍ରୀ ଶ୍ରଦ୍ଧା କପୁର ଏକ ସ୍ବତନ୍ତ୍ର ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ଫିଲ୍ମର ସେଟରୁ ସୁଶାନ୍ତଙ୍କ ଫଟୋ ଏବଂ କ୍ଲିପ୍ ରହିଛି।

ଭିଡିଓ ସହିତ ଶ୍ରଦ୍ଧା କ୍ୟାପସନରେ ଲେଖିଛନ୍ତି, "ପ୍ୟାରି ୟାଦେଁ ମେ 'ଛିଚୋରେ' କୋ 1 ସାଲ"।

ଫିଲ୍ମ ନିର୍ଦ୍ଦେଶିକ ନୀତେଶ ତିୱାରୀ ଇନଷ୍ଟାଗ୍ରାମ ଷ୍ଟୋରୀରେ ସମାନ ଭିଡିଓ ସେୟାର କରି ଲେଖିଛନ୍ତି ଯେ, ତୁମେ ସବୁବେଳେ ଆମ ହୃଦୟରେ ରହିବ।

ଏହି ଚଳଚ୍ଚିତ୍ରରେ ସୁଶାନ୍ତ ଏବଂ ଶ୍ରଦ୍ଧାଙ୍କ ବ୍ୟତୀତ ବରୁଣ ଶର୍ମା, ତାହିର ରାଜ ଭାସିନ୍, ନବୀନ ପୋଲିଶେଟ୍ଟି, ସହର୍ଷ କୁମାର ଶୁକ୍ଲା ଏବଂ ତୁଷାର ପାଣ୍ଡେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

ପ୍ରକାଶ ଥାଉ ଯେ, 14 ଜୁନ୍ ରେ ବାନ୍ଦ୍ରାସ୍ଥିତ ତାଙ୍କ ଫ୍ଲାଟରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା ​​। ବର୍ତ୍ତମାନ ତାଙ୍କ ମୃତ୍ୟୁ ସହ ଜଡିତ ବିଭିନ୍ନ ଦିଗ ଉପରେ ସିବିଆଇ, ଇଡି ଏବଂ ଏନସିବି ଅନୁସନ୍ଧାନ କରୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details