ଓଡିଶା

odisha

By

Published : May 30, 2020, 7:08 PM IST

ETV Bharat / sitara

ଇରଫାନଙ୍କୁ ମନେ ପକାଇ ଇମୋଶନାଲ ହେଲେ ପତ୍ନୀ ସୁତାପା

ଗତ ମାସ 29 ତାରିଖରେ ମାତ୍ର 53 ବର୍ଷ ବୟସରେ ପପୁଲାର ଆକ୍ଟର ଇରଫାନ ଖାନଙ୍କ ଦେହାନ୍ତ ହୋଇଥିଲା । ଶୁକ୍ରବାର ତାଙ୍କ ମୃତ୍ୟୁକୁ ଏକ ମାସ ପୂରଣ ହୋଇଛି । ଯାହାକୁ ନେଇ ଦୁଃଖ ହୋଇଯାଇଛନ୍ତି ତାଙ୍କ ପତ୍ନୀ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସମୟ କେତେ ଶୀଘ୍ର ଗତି କରେ । ଲାଗୁଛି ଯେପରି ଏହା ଗତକାଲି ହିଁ ଥିଲା । ହେଲେ ଲୋକପ୍ରିୟ ଅଭିନେତା ଇରଫାନ ଖାନଙ୍କ ନିଧନକୁ ଏକ ମାସ ପୂରଣ ହୋଇଗଲାଣି । ଆଜି ସେ ସମସ୍ତଙ୍କ ମନରେ ସ୍ମୃତି ହୋଇ ରହିଯାଇଛନ୍ତି । ହଠାତ୍ ଦୁନିଆ ଛାଡି ଇରଫାନ ଚାଲିଯିବାକୁ ନେଇ ଆଜି ମଧ୍ୟ ତାଙ୍କ ପ୍ରଶଂସକ ବିଶ୍ବାସ କରିପାରୁନାହାଁନ୍ତି । ସେପଟେ ପୁରା ପରିବାର ସବୁ ଦିନେ ତାଙ୍କୁ ଝୁରୁଛନ୍ତି । ତାଙ୍କ ଦୁଇ ପୁଅ ସୋସିଆଲ ମିଡିଆରେ ଫଟୋ ସେୟାର କରି ପିତାକୁ ମନେ ପକାଉଥିବା ବେଳେ ଏବେ ପତ୍ନୀ ସୁତାପା ସିକନ୍ଦର ଇମୋଶନାଲ ପୋଷ୍ଟ କରି ସମସ୍ତଙ୍କୁ ଭାବୁକ କରିଦେଇଛନ୍ତି ।

ଫଟୋ ସୌଜନ୍ୟ: ଫେସବୁକ@ସୁତାପା ସିକନ୍ଦର

ସ୍ବାମୀଙ୍କ ସହ ଫଟୋ ସେୟାର କରି ସେ ଲେଖିଛନ୍ତି, ‘ମୁଁ ତୁମକୁ ସେଠାରେ ଭେଟିବି । ଯେତେବେଳେ ଆମର ଆତ୍ମା ​​ଘାସ ଉପରେ ଶାନ୍ତିରେ ବିଶ୍ରାମ ନେଉଥିବା ଏବଂ କଥା ହେବା ପରେ ଦୁନିଆ କ୍ଳାନ୍ତ ହୋଇଯାଇଥିବ। ଏହା କେବଳ କିଛି ସମୟର କଥା । ପୁଣି ଦେଖା ହୋଇ ଅନେକ କଥା ହେବ। ତୁମକୁ ଆଉଥରେ ଦେଖିବା ପର୍ଯ୍ୟନ୍ତ।’

ପ୍ରକାଶ ଥାଉକି 2018ରେ ଇରଫାନଙ୍କ ନ୍ୟୁରୋଏଣ୍ଡୋକ୍ରାଇନ ଟ୍ୟୁମର କଥା ସାମ୍ନାକୁ ଆସିଥିଲା । ଏହାର ଚିକିତ୍ସା ପାଇଁ ଇରଫାନ ଲଣ୍ଡନ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିଥିଲେ। ହେଲେ ଗତ 29 ତାରିଖରେ ସେ ଶେଷ ନିଶ୍ବା, ତ୍ୟାଗ କରିଥିଲେ।

ABOUT THE AUTHOR

...view details