ଓଡିଶା

odisha

ETV Bharat / sitara

Alia Bhatt Hollywood Debut: ହଲିଉଡରେ ଧମାଲ ମଚାଇବେ ଆଲିଆ - ଅଭିନେତ୍ରୀ ଆଲିଆ ଭଟ୍ଟ

ବଲିଉଡ ପରେ ଆଲିଆ ଏବେ ହଲିଉଡରେ ଧମାଲ ମଚାଇବାକୁ ପ୍ରସ୍ତୁତ ହେଉଛନ୍ତି । ଆଲିଆ ଭଟ୍ଟ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ୱାଣ୍ଡର ୱମ୍ୟାନ୍ Gal Gadotଙ୍କ ସହିତ କାମ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ଏବେ ହଲିଉଡରେ ଧମାଲ ମଚାଇବେ ଆଲିଆ, ଗାଲ ଗାଡୋଟ ସହ କରିବେ କାମ
ଏବେ ହଲିଉଡରେ ଧମାଲ ମଚାଇବେ ଆଲିଆ, ଗାଲ ଗାଡୋଟ ସହ କରିବେ କାମ

By

Published : Mar 8, 2022, 12:27 PM IST

ହାଇଦ୍ରାବାଦ:ବଲିଉଡରେ ଧମାଲ ମଚାଉଥିବା ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ହଲିଉଡରେ କରିବେ ଏଣ୍ଟ୍ରି। ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଅଭିନୟ ଜରିଆରେ ସମସ୍ତଙ୍କ ହୃଦୟ ଜିତିସାରିଛନ୍ତି । ନିକଟରେ ଆଲିଆ ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି' ରିଲିଜ ହୋଇଥିଲା, ଯେଉଁଥିରେ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି । ବଲିଉଡରେ ପରେ ଆଲିଆ ଏବେ ହଲିଉଡରେ ଧମାଲ ମଚାଇବାକୁ ପ୍ରସ୍ତୁତ ହେଉଛନ୍ତି । ଆଲିଆ ଭଟ୍ଟ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ୱାଣ୍ଡର ୱମ୍ୟାନ୍ ଗାଲ ଗାଡୋଟଙ୍କ (Gal Gadot) ସହିତ କାମ କରିବାକୁ ଯାଉଛନ୍ତି ।

ଏହା ଏକ ସ୍ପାଇ ଥ୍ରୀଲର ଫିଲ୍ମ । ଏହି ସିନେମାର ନାମ ହେଉଛି ହାର୍ଟ ଅଫ୍ ଷ୍ଟୋନ୍ । ଯାହା ଟମ ହାର୍ପରଙ୍କ ଦ୍ବାରା ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ର ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଟ୍ରେଡ ଆନାଲିସିଷ୍ଟ ତରଣ ଆଦର୍ଶ ଆଲିଆ ଭଟ୍ଟଙ୍କ ହଲିଉଡ ଡେବ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଲିଆ ଭଟ୍ଟ ଗାଲ ଗାଡୋଟଙ୍କ ସହ ନେଟଫ୍ଲିକ୍ସ ଫିଲ୍ମ ହାର୍ଟ ଅଫ୍ ଷ୍ଟୋନରେ ଦେଖିବାକୁ ମିଳିବେ। ସେ ନିଜର ବିଶ୍ୱବ୍ୟାପୀ ଡେବ୍ୟୁ କରିବାକୁ ଯାଉଛନ୍ତି।

ଫିଲ୍ମ ହାର୍ଟ ଅଫ୍ ଷ୍ଟୋନରେ ଆଲିଆଙ୍କ ସହ ଜାମି ଡର୍ନାନ (Jamie Dornan) ଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ପ୍ଲଟ ବିଷୟରେ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ। ଜାନୁଆରୀରେ ନେଟଫ୍ଲିକ୍ସ ଏହି ଚଳଚ୍ଚିତ୍ରର ରାଇଟ୍ସ ନେଇଛନ୍ତି । ଏହି ଚଳଚ୍ଚିତ୍ର ସହିତ ସେ ପୁଣି ଥରେ ଷ୍ଟ୍ରିମର ଏବଂ ସ୍କାଏଡାନ୍ସ ସହିତ ସହଭାଗୀ ହୋଇଛନ୍ତି ।

କାମ ବିଷୟରେ କହିବାକୁ ଗଲେ, ଆଲିଆଙ୍କର ବର୍ତ୍ତମାନ ଅନେକ ପ୍ରୋଜେକ୍ଟ ଅଛି । ତାଙ୍କୁ ଖୁବ୍ ଶୀଘ୍ର ବ୍ରହ୍ମାସ୍ତ୍ରରେ ରଣବୀର କପୁର, ଏସ୍ ରାଜାମୌଲିଙ୍କ ଆରଆରଆର ଏବଂ ରଣଭୀର ସିଂଙ୍କ ସହ ରକି ଏବଂ ରାନୀ କି ପ୍ରେମ କାହାଣୀରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ଆଲିଆଙ୍କୁ ପ୍ରିୟଙ୍କା ଚୋପ୍ରା ଏବଂ କ୍ୟାଟ୍ରିନା କୈଫଙ୍କ ସହ ଜି ଲେ ଜାରା ଏବଂ ଡାର୍ଲିଂରେ ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details