ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ 9 ମାସ ବିତିଗଲାଣି। ତେବେ ତାଙ୍କ ମୃତ୍ୟୁ ମାମଲାର ତଦନ୍ତ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ସିବିଆଇ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରିନାହିଁ। ଆଜି ମହାଶିବରାତ୍ରୀ ଅବସରରେ ଶେଖର ସୁମନ ପୁଣି ଥରେ ସୁଶାନ୍ତଙ୍କୁ ମନେପକାଇଛନ୍ତି।
ବାସ୍ତବରେ, ସୁଶାନ୍ତ ଜଣେ ଶିବଭକ୍ତ ଥିଲେ ଏବଂ ତାଙ୍କର କିଛି ଭିଡିଓ ଆଜି ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।
ଶିବରାତ୍ରୀ ଅବସରରେ ସୁଶାନ୍ତଙ୍କୁ ମନେପକାଇ ଶେଖର ଲେଖିଛନ୍ତି, 'ଭଗବାନ ଶିବଙ୍କୁ ପୂଜା କରୁଥିବା ସୁଶାନ୍ତ ସିଂ ରାଜପୁତଙ୍କୁ ଶୁଭ ମହାଶିବରାତ୍ରୀ। ଏହି ଶୁଭ ଦିନରେ ମୁଁ ତାଙ୍କୁ ବହୁତ ମନେପକାଉଛି ଏବଂ ଆଶା କରୁଛି ଶୀଘ୍ର ନ୍ୟାୟ ମିଳିବ' ।