ମୁମ୍ବାଇ:ବଲିଉଡ୍ ଷ୍ଟାର ଆୟୁଷ୍ମାନ ଖୁରାନ୍ନା ମଙ୍ଗଳବାର ନିଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । ଆୟୁଷ୍ମାନଙ୍କ ଜନ୍ମଦିନର ଖୁସି ଅବସରରେ ପତ୍ନୀ ତଥା ଲେଖିକା ତାହିରା କଶ୍ୟପ, କିପରି ଦୁଇ ସଫଳ ପ୍ରେମପକ୍ଷୀ ପ୍ରଥମ କରି ପ୍ରେମରେ ପଡିଥିଲେ ମନେପକାଇବା ସହ, ଅତୀତର ସ୍ମୃତିକୁ ତାଜା କରିବାକୁ କିଛି ଫଟୋ ସେୟାର କରିଛନ୍ତି ।
ଇନଷ୍ଟାଗ୍ରାମରେ ତାହିରା ସେୟାର କରିଛନ୍ତି କିଛି ପୁରୁଣା ଦିନର ଫଟୋ ଯେଉଁଥିରେ ଉଭୟ ଭାରତୀୟ କଷ୍ଟ୍ୟୁମ୍ ପିନ୍ଧିଛନ୍ତି ଓ ବର୍ତ୍ତମାନର ଷ୍ଟାଇଲ ଠାରୁ ସଂପୂର୍ଣ୍ଣ ଭିନ୍ନ ଲୁକ୍ରେ ନଜର ଆସିଛନ୍ତି । ଫଟୋରେ ଆୟୁଷ୍ମାନ ଅତି ଖୁସିଥିବା ଜଣାପଡୁଛନ୍ତି ଓ କ୍ୟାମେରା ଆଡକୁ ଚାହିଁ ସ୍ମାଇଲ କରିଛନ୍ତି । ସ୍ବାମୀଙ୍କ ଜନ୍ମଦିନ ଅବସରରେ ଫଟୋ ସହିତ ତାହିରା, ଆୟୁଷ୍ମାନଙ୍କ ଉଦ୍ଦେଶ୍ୟରେ ଏକ ପ୍ରେମଭରା ମେସେଜ୍ ମଧ୍ୟ ଲେଖିଛନ୍ତି । ସ୍ବାମୀଙ୍କ ସ୍ବତନ୍ତ୍ର ଦିନରେ ନିଜର ଯାଦୁକରୀ ଶବ୍ଦରେ ପ୍ରେମର ପିରାମିଡ୍କୁ ସଜାଇଛନ୍ତି ତାହିରା ।
ତାହିରା ଲେଖିଛନ୍ତି, "ଆମେ ୧୯ ବର୍ଷରେ ଥିଲେ, ଆପଣଙ୍କ ଫ୍ରେମ, ବାଇକ୍, ମ୍ୟାଚିଙ୍ଗ୍ ସ୍ବେଟର ଓ ମଫଲର ସହିତ ବହୁତ କୁଲ୍ ପାଇଥିଲି, ମାତ୍ର ମୋର ହୃଦୟରେ ସେତେବେଳେ ତରଙ୍ଗ ସୃଷ୍ଟି ହୋଇଥିଲା ଯେବେ ଆପଣ ଗୀଟାର ଧରି ମୋ ପାଇଁ ଏକ ଗୀତ ଗାଇଥିଲ । ଏତେବର୍ଷ ପରେ ବି ତୁମର କାମ କରିବାକୁ ସରଳତା, ଓ ସେହି ଉତ୍ସାହ ସମାନ ରହିଛି ।''
"ମୋର ସବୁଠୁ ବଡ ବିଶ୍ବାସପାତ୍ର ଓ ଚିୟର ଲିଡର ରହିଛ । ଜୀବନ ଆପଣଙ୍କ ସହିତ ସୁନ୍ଦର ଓ ତୁମଠୁ ବହୁତ କିଛି ଶିଖିବା ଜାରି ରଖିବି । ଜନ୍ମଦିନର ଅନେକ ଶୁଭେଚ୍ଛା" । ତାହିରାଙ୍କ ଏହି ପୋଷ୍ଟରେ ଫ୍ୟାନ୍ସ ଓ ଫିଲ୍ମ ସମୁଦାୟରୁ ଲାଇକ୍ ଓ କମେଣ୍ଟର ସୁଅ ଛୁଟିଛି । ଅଭିନେତ୍ରୀ ଭୂମି ପେଡନେକର ଲେଖିଛନ୍ତି, ''କ୍ୟୁଟିଜ୍ ୟାର'' ।