ଓଡିଶା

odisha

By

Published : Oct 17, 2021, 3:33 PM IST

ETV Bharat / sitara

ବୈବାହିକ ଜୀବନକୁ ୨୨ ବର୍ଷ, ଭିଡିଓ ସେୟାର କରି ଖୁସି ବାଣ୍ଟିଲେ ଧକ୍‌ଧକ୍‌ ଗାର୍ଲ

ମାଧୁରୀ ଦିକ୍ଷୀତ ନେନେ ଓ ସ୍ବାମୀ ଶ୍ରୀରାମ ନେନେଙ୍କ ବିବାହକୁ ଆଜି ୨୨ ବର୍ଷ ପୂରଣ ହୋଇଛି । ଏହି ବିଶେଷ ଦିନରେ ସ୍ବାମୀଙ୍କ ସହିତ ଜୀବନର ବିଭିନ୍ନ ପର୍ଯ୍ୟାୟର ଫଟୋ ପୋଷ୍ଟ କରିଛନ୍ତି ମାଧୁରୀ । ଅଧିକ ପଢନ୍ତୁ...

ମାଧୁରୀ ଦିକ୍ଷୀତ ନେନେ ଓ ସ୍ବାମୀ ଶ୍ରୀରାମ ନେନେ ବୈବାହିକ ଜୀବନକୁ ୨୨ ବର୍ଷ
ମାଧୁରୀ ଦିକ୍ଷୀତ ନେନେ ଓ ସ୍ବାମୀ ଶ୍ରୀରାମ ନେନେ ବୈବାହିକ ଜୀବନକୁ ୨୨ ବର୍ଷ

ମୁ୍ମ୍ବାଇ: ବଲିଉଡ ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦିକ୍ଷୀତଙ୍କ ପାଇଁ ଆଜିର ଦିନଟି ବହୁତ ଖାସ । ମାଧୁରୀ ଦିକ୍ଷୀତ ନେନେ ଓ ସ୍ବାମୀ ଶ୍ରୀରାମ ନେନେ ଆଜି ବୈବାହିକ ଜୀବନର ୨୨ବର୍ଷ ପୂରଣ କରିଛନ୍ତି । ଏହି ବିଶେଷ ଦିନରେ ସ୍ବାମୀଙ୍କ ସହିତ ଜୀବନର ବିଭିନ୍ନ ପର୍ଯ୍ୟାୟର ଫଟୋ ପୋଷ୍ଟ କରିଛନ୍ତି ମାଧୁରୀ ।

ଏହା ସହିତ ବିବାହ ଦିନର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ମାଧୁରୀ । କ୍ୟାପ୍ସନରେ ୨୨ ବର୍ଷର ମ୍ୟାଜିକାଲ ଇଅର ଅଫ୍ ଟୁଗେଦରନେସ ବୋଲି ଲେଖିଛନ୍ତି । ପୋଷ୍ଟ କରିଥିବା ଭିଡିଓରେ ଦିଲ ତୋ ପାଗଲ ହେ ଫିଲ୍ମର ଟାଇଟଲ ଟ୍ରାକ ବ୍ୟାକଗ୍ରାଉଣ୍ଡରେ ବାଜୁଥିବା ଦେଖିବାକୁ ମିଳିଛି ।

ମାଧୁରୀଙ୍କ ସ୍ବାମୀ ଜଣେ ଡାକ୍ତର । 1999 ମସିହାରେ ଉଭୟ ବିବାହ କରିଥିଲେ । ଏହାପରେ ଆମେରିକାରେ ଅନେକ ଦିନ ରହିଥିଲେ ମାଧୁରୀ । ଏମାନଙ୍କର ଦୁଇଟି ପୁଅ ଅଛନ୍ତି ଆରିନ ଓ ରିୟାନ । ବିବାହ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଟାଇକୋଣ୍ଡ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମୟର ଏକ ଫଟୋ ପୋଷ୍ଟ କରିଥିଲେ ଶ୍ରୀରାମ ନେନେ ।

ବର୍ତ୍ତମାନ ମାଧୁରୀ ଡ୍ୟାନ୍ସ ରିୟାଲିଟି ସୋ ଡ୍ୟାନ୍ସ ଦିବାନେ ୩ରେ ଜଜ୍ ଭାବେ ଦାୟିତ୍ବ ତୁଲାଇଛନ୍ତି । ଆଗକୁ ଓଟିଟିରେ ଅନାମିକା ସିରିଜରେ ଡେବ୍ୟୁ କରିବେ ମାଧୁରୀ । ଏହି ସିରିଜ ସଞ୍ଜୟ କପୁର ଓ ମାନବ କୌଲଙ୍କ ଉପରେ ଆଧାରିତ ।

@ANI

ABOUT THE AUTHOR

...view details