ମୁମ୍ବାଇ: ବଲିଉଡର ସବୁଠାରୁ ବଡ କମେଡି ଏବଂ ଦର୍ଶକଙ୍କ ଫେଭରେଟ ଫିଲ୍ମ ‘ଚଲତିକା ନାମ ଗାଡି’, ‘ପଡୋଶନ’ ଏବଂ ‘ଅନ୍ଦାଜ ଅପନା ଅପନା’ ଫିଲ୍ମର ସ୍କ୍ରିନିଂ ଖୁବଶୀଘ୍ର ଦେଖିବାକୁ ମିଳିବ । ଏହି ଫିଲ୍ମର ପ୍ରିୟିମର ନଭେମ୍ବର 20ରେ ଆୟୋଜନ ହେବାକୁ ଯାଉଥିବା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ(ଆଇଏଫଏଫଆଇ)ରେ ରଖାଯାଇଛି । ଏହି ଫେଷ୍ଟିଭାଲ ଗୋଆରେ ନଭେମ୍ବର 20ରୁ ଆରମ୍ଭ ହେଉ 28ରେ ଶେଷ ହେବ ।
50ତମ ସଂସ୍କରଣ ଅବସରରେ ଆଇଏଫଏଫଆଇ ତରଫରୁ ଘୋଷଣା କରାଯାଇଛି ଯେ ସିନେମାର ସଫଳତା ପାଇଁ ଏହି ଫିଲ୍ମର ଓପନ ଏୟାର ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି । ଏବର୍ଷ ଦୁଇଟି ସ୍ଥାନରେ ସ୍କ୍ରିନିଂର ଆୟୋଜନ କରାଯିବ । ଜୋଗର୍ସ ପାର୍କ(ଅଲ୍ଟିନ୍ହୋ, ପଞ୍ଜିମ) ଏବଂ ମିରାମାର ବିଚରେ ନଭେମ୍ବର 21ରୁ 27 ମଧ୍ୟରେ ଆୟୋଜନ ହେବ ।