ଓଡିଶା

odisha

ETV Bharat / sitara

ନୂଆ ଲୁକରେ 'ଦ୍ରୃଶ୍ୟମ-2' ରିମେକରେ ଅଜୟ - drishyam-2-hindi-remake

ଆମାଜନ ପ୍ରାଇମରେ ମୁକ୍ତିଲାଭ କରିଥିବା ସସପେନ୍ସ ମାଲାୟାଲମ୍ ଫିଲ୍ମ 'ଦ୍ରୃଶ୍ୟମ-2' ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । କିନ୍ତୁ ବର୍ତ୍ତମାନ ହିନ୍ଦୀରେ 'ଦ୍ରୃଶ୍ୟମ-2' ନିର୍ମାଣ ହେବ ବୋଲି ଅଫିସିଆଲ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ..

official-announcement-of-drishyam-2-hindi-remake-ajay-devgan
'ଦ୍ରୃଶ୍ୟମ-2' ରିମେକ୍ ରେ ନୂଆ ଲୁକ୍ ରେ ନଜର ଆସିବେ ଅଜୟ

By

Published : May 4, 2021, 10:05 PM IST

ନୂଆଦିଲ୍ଲୀ : ପ୍ରାୟ ତିନିମାସ ପୂର୍ବେ ଆମାଜନ ପ୍ରାଇମରେ ମୁକ୍ତିଲାଭ କରିଥିବା ସସପେନ୍ସ ମାଲାୟାଲମ୍ ଫିଲ୍ମ 'ଦ୍ରୃଶ୍ୟମ-2' ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଏହା ପରେ ମୋହଲଲାଲଙ୍କ ଅଭିନୀତ 'ଦ୍ରୃଶ୍ୟମ-2'ର ହିନ୍ଦୀ ରିମେକ ନିର୍ମାଣ ହେବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା, ଯେଉଁଥିରେ ଅଜୟ ଦେବଗନ ପୁଣିଥରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

କିନ୍ତୁ ବର୍ତ୍ତମାନ ହିନ୍ଦୀରେ 'ଦ୍ରୃଶ୍ୟମ-2' ନିର୍ମାଣ ହେବ ବୋଲି ଅଫିସିଆଲ ଘୋଷଣା କରାଯାଇଛି ।

କୁମାର ମଙ୍ଗତ ଏବଂ ଅଭିଷେକ ପାଠକଙ୍କ ପ୍ରଡକ୍ସନ କମ୍ପାନୀ ପାନୋରାମା ଷ୍ଟୁଡିଓ ଇଣ୍ଟରନ୍ୟାସନାଲ୍ 'ଦ୍ରୃଶ୍ୟମ-2'ର ହିନ୍ଦୀ ରିମେକ୍ ପାଇଁ ଅଫିସିଆଲ ରାଇଟ୍ସ କିଣିଛନ୍ତି ।

ଏହି ଅବସରରେ ମାଲାୟାଲମ୍ ଚଳଚ୍ଚିତ୍ର 'ଦ୍ରୃଶ୍ୟମ' ଏବଂ 'ଦ୍ରୃଶ୍ୟମ-2' ର ଲେଖକ ତଥା ନିର୍ଦ୍ଦେଶକ କହିଛନ୍ତି, 'ଦ୍ରୃଶ୍ୟମ-2'ର କାହାଣୀ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ମୁଁ ଖୁସି ଯେ ପାନୋରାମା ଷ୍ଟୁଡିଓ ଏହି ଫିଲ୍ମର ହିନ୍ଦୀ ରିମେକ୍ ମାଧ୍ୟମରେ ଏହି ଚଳଚ୍ଚିତ୍ରକୁ ଦର୍ଶକଙ୍କ ନିକଟରେ ପହଞ୍ଚେଇବାରେ ସଫଳ ହେବ" ।

ସୂଚନାଯୋଗ୍ୟ ଯେ, ପାନୋରାମା ଷ୍ଟୁଡିଓ ଇଣ୍ଟରନ୍ୟାସନାଲ୍ ଦ୍ବାରା 'ଦ୍ରୃଶ୍ୟମ'ର ପ୍ରଥମ ହିନ୍ଦୀ ରିମେକ୍ ମଧ୍ୟ ପ୍ରସ୍ତୁତ କରାଯାଇଥିଲା।

ପ୍ରକାଶ ଥାଉ ଯେ, 2015 ହିନ୍ଦୀ ରିମେକ୍ 'ଦ୍ରୃଶ୍ୟମ' ରେ ଅଜୟ ଦେବଗନଙ୍କ ସହ ଶ୍ରେୟା ସରନ, ତବୁ ଏବଂ ଇଶିତା ଦତ୍ତା ନଜର ଆସିଥିଲେ । 'ଦ୍ରୃଶ୍ୟମ-2' ରେ ଅଜୟଙ୍କ ବ୍ୟତୀତ ଅନ୍ୟ କାହାକୁ କାଷ୍ଟିଂ କରାଯାଇଥିବାର କରିବାର ଖବର ସାମ୍ନାକୁ ଆସି ନାହିଁ।

ABOUT THE AUTHOR

...view details