ହାଇଦ୍ରାବାଦ:ଭାରତ ରତ୍ନ, କୋକିଳକଣ୍ଠୀ, ସୁର ସାମ୍ରୀଜ୍ଞୀ ତଥା କିମ୍ବଦନ୍ତୀ ଗାୟିକା ନିଜ ସଫଳ ଜୀବନକାଳ ମଧ୍ୟରେ ପ୍ରାୟ ୨୫ ହଜାରରୁ ଅଧିକ ଗୀତ ଗାଇଥିଲେ । ତେବେ ଯେକୌଣସି ସଙ୍ଗୀତପ୍ରେମୀ ତଥା ଲତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଗୀତକୁ ସର୍ବଶ୍ରେଷଣ୍ଠ କହିବା କୌଣସି କଠିନ କାମଠୁ କମ ନୁହେଁ । କାରଣ ଲତାଙ୍କ ପ୍ରତିଟି ସଂଗୀତ ଥିଲା ଚମତ୍କାର । ମାତ୍ର ଲତା ସଙ୍ଗୀତ କଥଆ ଆସିଲେ ସେ ଆତ୍ମ ସମାଲୋଚକ(self-critical when it came to singing) ହେଉଥିଲେ । ନିଜର ଅନେକ ଗୀତ ମଧ୍ୟରେ ସେ ୫ଟି ଗୀତକୁ ଅଧିକ ପସନ୍ଦ କରୁଥିଲେ । ତେବେ କାହିଁକି ଏହି ଗୀତକୁ ଲତା ଅଧିକ ପସନ୍ଦ କରୁଥିଲେ ଆସନ୍ତୁ ଜାଣିବା ।
ଲତାଙ୍କ ଅନେକ ପ୍ରସିଦ୍ଧ ଗୀତ ମଧ୍ୟରେ 'ବିନ୍ଦିୟା ଚମକେଗି', 'ପିୟା ବିନା ପିୟା ବିନା', 'ତୁହ୍ନେ ୟାଦ କରତେ କରତେ' ଗୀତଗୁଡ଼ିକୁ ଅନ୍ୟତମ । ଏହି ଗୀତକୁ ମଧ୍ୟ ଲତା ଅଧିକ ପସନ୍ଦ କରୁଥିଲେ । ଏ ସମ୍ପର୍କରେ ସେ ନିଜର ୯୦ତମ ଜନ୍ମ ଦିବସରେ ଦେଶବାସୀଙ୍କ ସହିତ ସେୟାର କରିଥିଲେ । ମାତ୍ର ସମୟ ବଦଳିବା ସହିତ କିଛି ଗୀତ ଲତାଙ୍କ ସର୍ବଶ୍ରେଷ୍ଠ ୫ଟି ଗୀତ ତାଲିକା ମଧ୍ୟରେ ସର୍ବଦା ସ୍ଥାନ ପାଇଥିଲା । ସେହି ଗୀତଗୁଡ଼ିକ ସମ୍ପର୍କରେ ଲତା ଅନେକ ସମୟରେ କହୁଥିଲେ ।
1. ଖ୍ବାବ ବନକର କୋଇ ଆୟେଗା(Razia Sultan):-
ରଜିଆ ସୁଲତାନ ଫିଲ୍ମର ଏ ଦିଲ-ଇ-ନାଦାନ ସଙ୍ଗୀତକୁ ଅନେକ ପସନ୍ଦ କରନ୍ତି । ମାତ୍ର ଏହି ଗୀତର ଅନ୍ୟ ଏକ ଗୀତକୁ ଲତା ଗାଇଥିବା ବେଳେ ସେ ଏହାକୁ ଖୁବ ପସନ୍ଦ କରିଥିଲେ । 'ଖ୍ବାବ ବନକର କୋଇ ଆୟେଗା ' ଗୀତଟି ଲତାଙ୍କ ଅଧିକ ପସନ୍ଦ ଥିଲା । ଏ ସମ୍ପର୍କରେ ଲତା କହିଥିଲେ ଯେ ନିର୍ଦ୍ଦେଶକ କମଲ ଅମରୋହି ଗୀତର ବାସ୍ତବ ରୂପକୁ ଭଲ ଭାବେ ବୁଝାଇଥିଲେ । ଏଥିଲାଗି ଖୟାମ ସାହାବ ଫିଲ୍ମରେ ଉକ୍ତ ମୁହୂର୍ତ୍ତ ପାଇଁ ଏକ ପରଫେକ୍ଟ ମୁଡ୍ର ଆବଶ୍ୟକ କରୁଥିଲେ ବୋଲି ଲତା କହିଥିଲେ ।
2. ଚୁନରୀ ସମ୍ଭାଲ ଗୋରୀ(Baharon Ke Sapne):-
ବାହାରୋଁକେ ସପନେ ଫିଲ୍ମରେ ଲତାଜୀଙ୍କ ସୋଲୋ ଗୀତ 'କ୍ୟା ଜାନୁଁ ସାଜନ' ଗୀତକୁ ସମସ୍ତେ ଅଧିକ ପସନ୍ଦ କରନ୍ତି । ମାତ୍ର 'ଚୁନରୀ ସମ୍ଭାଲ...' ଗୀତଟି 'କ୍ୟା ଜାନୁଁ ସାଜନ' ଓ 'ଆଜା ପିୟା ତୋହେ ପ୍ୟାର ଦୁଁ'ଠାରୁ ଗାଇବା ଅଧିକ କଷ୍ଟକର ଥିଲା ବୋଲି ଲତା ଦିଦି କୁହନ୍ତି । ପ୍ରତିଟି ଲାଇନ ପରେ 'Ha-ah' ଗାଇବା ପଞ୍ଚମଙ୍କ ବୁଦ୍ଧି ଥିଲା ବୋଲି ସେ କହିଥିଲେ । ଏପରି ଗାଇବା ପରେ ଗୀତଟି ଆହୁରି ଅଧିକ ଭଲ ଶୁଣାଯାଇଥିଲା । କିଛି ବର୍ଷ ପୂର୍ବେ ଏହି କଥାକୁ ଲତା ପ୍ରକାଶ କରିଥିଲେ ।