ଭୁବନେଶ୍ବର: ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଧର୍ମପତ୍ନୀ ତଥା ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀଙ୍କର ଦେହାନ୍ତରେ ଖେଳିଯାଇଛି ଶୋକର ଛାୟା । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ସୋସିଆଲ ମିଡିଆରେ ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ସୁଶୀଳା ଦେବୀଙ୍କ ମୃ୍ତ୍ୟୁରେ ମର୍ମାହତ ସବ୍ୟସାଚୀ - ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଧର୍ମପତ୍ନୀଙ୍କ ମୃତ୍ୟୁ ନ୍ୟୁଜ
ଟ୍ବିଟ କରି ଭାବୁକ ନଜର ଆସିଲେ ସବ୍ୟସାଚୀ । ସୁଶୀଳା ଦେବୀଙ୍କ ଆତ୍ମାର ସଦଗତି ପାଇଁ କଲେ ପ୍ରାର୍ଥନା । ଅଧିକ ପଢନ୍ତୁ...
ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ଏହା ପ୍ରକୃତରେ ବହୁତ ଦୁଃଖଦ କଥା । ପ୍ରଥମ ମହିଳା ସୁଶୀଲା ଦେବୀଙ୍କ ପବିତ୍ର ଆତ୍ମା ପାଇଁ ଆମେ ପ୍ରାର୍ଥନା କରୁଛୁ । ଭଗବାନ ଏହି କ୍ଷତି ସହିବାକୁ ତାଙ୍କ ପରିବାର ସଦସ୍ୟଙ୍କୁ ଶକ୍ତି ଦିଅନ୍ତୁ ।’
ସୁଶୀଳା ଦେବୀଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠୁ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଟ୍ବିଟ କରି ଶୋକ ପ୍ରକାଶ କରିସାରିଲେଣି । ପ୍ରକାଶ ଥାଉକି ନଭେମ୍ବର 1ରେ ରାଜ୍ୟପାଳଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ କୋରୋନା ସଂକ୍ରମିତ ହୋଇଥିବାବେଳେ ସୁଶୀଳା ଦେବୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗତ ରାତିରେ ସେ ଶେସ ନିଶ୍ବାସ ତ୍ୟାଗ କରିଛନ୍ତି ।