ହାଇଦ୍ରାବାଦ: ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ବରୀ ରାୟ ମହାପାତ୍ରଙ୍କୁ ନେଇ ଏକ ନୈରାଶଜନ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଦୁଃଖି ହୋଇପାରନ୍ତି ତାଙ୍କ ଫ୍ୟାନ୍ସ । କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି ରାଜେଶ୍ବରୀ । ଏହି କଥାର ଖୁଲାସା ସେ ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି ।
ଗତ ଶନିବାର ସେ ନିଜ ଫେସବୁକରେ ଏକ ଫଟୋ ସେୟାର କରି ନିଜ ଅସୁସ୍ଥତା ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ସେ ନିଜ ରୋଗ ସହ ଲଢୁଥିବାର କଥା କହିବା ସହ ଫ୍ୟାନ୍ସଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି । ପ୍ରକାଶ ଥାଉକି ସେ ଏହି ସମୟରେ ବ୍ରେନ (ମସ୍ତିଷ୍କ) ଓ ଲଙ୍ଗସ (ପୁସଫୁସ) କ୍ୟାନ୍ସରର ଚିକିତ୍ସା କରାଉଛନ୍ତି ।