ହାଇଦ୍ରାବାଦ: ଧିରେ ଧିରେ ଏବେ ବଲିଉଡରେ ପଦାର୍ପଣ କରିବାରେ ଲାଗିଛନ୍ତି ଓଡ଼ିଆ ଝିଅ । ଗତ ବର୍ଷ ରିଲିଜ ହୋଇଥିବା ଶାହରୁଖ ଖାନଙ୍କ ଫିଲ୍ମ 'ଜିରୋ'ରେ ଡେବ୍ୟୁ କରିଥିବା ଓଡ଼ିଆ ଝିଅ ସୁଶ୍ରୀ ଶ୍ରେୟା ମିଶ୍ର ଏବେ ଲୋକପ୍ରିୟ । ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ 'ମଲାଲ'ରେ ନଜର ଆସିଛନ୍ତି ।
ଏହି ଫିଲ୍ମରେ ସେ ସ୍ପେଶାଲ ନମ୍ବର 'ଆଇଲା ରେ' ଜବରଦସ୍ତ ଡାନ୍ସ କରି ଦର୍ଶକଙ୍କୁ ନିଜ ଆଡକୁ ଟାଣିବାରେ ସଫଳ ହୋଇଛନ୍ତି । 'ଆଇଲା ରେ' ଫିଲ୍ମର ପ୍ରଥମ ଗୀତଟି, ଯାହା ଗତକାଲି ରିଲିଜ ହୋଇଯାଇଛି । ଗୀତଟିର କୋରିଓଗ୍ରାଫ କରିଛନ୍ତି ପପୁଲାର କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ।