ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ କାଜଲ ଓ ସିଂଘମ ଅଜୟ ଦେବଗନଙ୍କ ଲାଡଲୀ ନିଶାଙ୍କୁ ନେଇ ଚର୍ଚ୍ଚା । କିଛି ପରିବର୍ତ୍ତନ ପାଇଁ ସେ ସାଜିଛନ୍ତି ଫଟୋଗ୍ରାଫର । ଆଉ ମା’ଙ୍କ ଚମତ୍କାର ଫଟୋ ମଧ୍ୟ କ୍ଲିକ୍ କରିଛନ୍ତି । ଯାହାକୁ ନେଇ ଖୁସି ଅଛନ୍ତି କାଜଲ । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ମଧ୍ୟ ଜଣାଇଛନ୍ତି ନିଶାଙ୍କ ଫଟୋଗ୍ରାଫି ବିଷୟରେ ।
ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋର କ୍ୟାପସନରେ କାଜଲ ଲେଖିଛନ୍ତି, ‘ ଆଲୋକ ବିଷୟରେ ଯେତେବେଳେ ଏହା ସବୁ । ଫଟୋ ସୌଜନ୍ୟ ନିଶା ଦେବଗନ ।’
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାଜଲ ସେହିପରି କାଜଲ ନିକଟରେ ପ୍ରକାଶ କରିଥିଲେ ଯେ ସେ ଏକ ବୁଣାକାର ପ୍ରୋଜେକ୍ଟରେ କାମ କରିବା ଆରମ୍ଭ କରିଛନ୍ତି ଏବଂ ସେ ବର୍ତ୍ତମାନ ଛୁଞ୍ଚିରେ କାର୍ଯ୍ୟ କରିବାକୁ ନେଇ ବ୍ୟସ୍ତ । ଅଭିନେତ୍ରୀ ଇନଷ୍ଟାଗ୍ରାମ ଷ୍ଟୋରୀରେ ତିଆରି କରୁଥିବା ଏକ ସ୍ବିଟରର ଫଟୋ ସେୟାର କରି ଲେଖିଥିଲେ,‘ନଭେମ୍ବର ମାସ ପାଇଁ ପ୍ରୋଜେକ୍ଟ। ।’
ପ୍ରକାଶ ଥାଉକି କାଜଲ ଖୁବଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ନଜର ଆସିବେ । ସେ ମୁମ୍ବାଇରେ ନିର୍ମିତ ଏକ ଡ୍ରାମା ‘ତ୍ରିବଙ୍ଗା’ ସହିତ ଡିଜିଟାଲ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି ।