ହାଇଦ୍ରାବାଦ: ଅଭିନେତ୍ରୀ ତଥା ସାଂସଦ ନୁସରତ ଜହାଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କୋଲକାତାର ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଛନ୍ତି ନୁସରତ । ରିପୋର୍ଟ ମୁତାବକ, ତୁର୍କୀରେ ହିନ୍ଦୁ ରୀତିନିତିରେ ବିବାହ ହୋଇଛି । ନୁସରତ ନିଜେ ବିବାହ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ।
ସାଂସଦ ପରେ ବିବାହ ବନ୍ଧନରେ ନୁସରତ ଜହାଁ - turkey
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପଶ୍ଟିମବଙ୍ଗଳାର ସାଂସଦ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜହାଁ । କୋଲକାତାର ବ୍ୟବସାୟୀଙ୍କୁ ବିବାହ କରିଛନ୍ତି ନୁସରତ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/nusratchirps
ବିବାହରେ ପରିବାର ସଦସ୍ୟଙ୍କ ସହ କିଛି ଅନ୍ତରଙ୍ଗ ସାଙ୍ଗ ଉପସ୍ଥିତ ଥିଲେ । ବିବାହରେ ସାଂସଦ ମିମି ଚକ୍ରବର୍ତ୍ତୀ ମଧ୍ୟ ଉପସ୍ଥିତ ଥିଲେ । ନୁସରତ ଫାଦର୍ସ ଡେ' ଦିନ ନିଜ ହଲଦି ରସମର ଫଟୋ ସେୟାର କରିଥିଲେ ।
ପ୍ରକାଶଥାଉକି, ନୁସରତ ପଶ୍ଚିମବଙ୍ଗଳାର ବହିରହାଟରୁ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀଙ୍କୁ 3,50,369 ଭୋଟରେ ହରାଇ ଥିଲେ । ନୁସରତ ବହୁ ବଙ୍ଗଳା ଫିଲ୍ମରେ ମଧ୍ୟ କାମ କରିଛନ୍ତି ।