ମୁମ୍ବାଇ: ଜାନୁଆରୀରେ ସୁନ୍ଦରୀ ଅଭିନେତ୍ରୀ ନୁସରତ ଭରୁଚା ଓ ଫେମସ ରାପର ୟୋ ୟୋ ହନି ସିଂଙ୍କ ନୂଆ ମ୍ୟୁଜିକ ଭିଡିଓ ‘ସୈୟାଁ ଜି’ ରିଲିଜ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ନୁସରତଙ୍କ ଦମଦାର ଅନ୍ଦାଜ । ଏହି ଗୀତ ରିଲିଜ ହେବା ମାତ୍ରେ ସୁପରହିଟ୍ ସାବ୍ୟସ୍ତ ହୋଇଛି । ଏବେ ଏହି ଗୀତକୁ ୟୁଟ୍ୟୁବରେ 40 କୋଟି ଭ୍ୟୁ ମଧ୍ୟ ମିଳିସାରିଲାଣି । ଯାହାକୁ ନେଇ ନୁସରତଙ୍କ ଖୁସି ନକହିଲେ ସରେ ।
‘ସୈୟାଁ ଜି’ ଗୀତକୁ 40 କୋଟି ଭ୍ୟୁ, ଖୁସିରେ ବିଭୋର ନୁସରତ - ସୁନ୍ଦରୀ ଅଭିନେତ୍ରୀ ନୁସରତ ଭରୁଚାଙ୍କ ନ୍ୟୁଜ
ୟୁଟ୍ୟୁବରେ ଛାଇଲା ନୁସରତ ଓ ହନିଙ୍କ ‘ସୈୟାଁ ଜି’ । ଖୁସି ସେୟାର କଲେ ନୁସରତ । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ୟୁଟ୍ୟୁବ
ଏହି ଅବସରରେ ନୁସରତ କହିଛନ୍ତି, ‘ସୈୟାଁ ଜି ଗୀତକୁ 40 କୋଟି ଭ୍ୟୁ ମିଳିବା ମୋ ପାଇଁ ବହୁତ ଖୁସିର କଥା । ହନି ସାର ଏବଂ ମୁଁ ଏଯାବତ ଯେଉଁ ବି ଗୀତରେ କାମ କରିଛି ଭଲ ପ୍ରତିକ୍ରିୟା ମିଳିଛି । ହେଲେ ପ୍ରଥମଥର ଏପରି ସିଙ୍ଗଲ ମ୍ୟୁଜିକ ଭିଡିଓକୁ ଏତେ ସଫଳତା ମିଳିଛି । ଯାହା ଆମ ପାଇଁ ବଡ ସଫଳତା ।’
ପ୍ରକାଶ ଥାଉକି ଗତ ଜାନୁଆରୀରେ ଏହି ଗୀତ ରିଲିଜ । ଏହାପୂର୍ବରୁ ନୁସରତ ଏବଂ ହନିଙ୍କୁ ଫେମସ ଗୀତ ‘ଛୋଟେ ଛୋଟେ ପେଗ’ ଓ ‘ଦିଲ ଚୋରି’ ଗୀତରେ ଦେଖିବାକୁ ମିଳିଥିଲା । ଏହି ଦୁଇ ଗୀତ ବେଶ୍ ଲୋକପ୍ରିୟତା ହୋଇଥିଲା ।