ଓଡିଶା

odisha

ETV Bharat / sitara

‘ଆର୍ଟିକିଲ-15’ର ପ୍ରମୋ ପାଇଁ ‘#DontsayBhangi’କ୍ୟାମ୍ପେନ

ଆର୍ଟିକିଲ-15ର ପ୍ରମୋଶନ ପାଇଁ ଆରମ୍ଭ ହୋଇଛି ନୂଆ କାମ୍ପେନ । ଜାତିପ୍ରଥା ବିବାଦରେ ପରିବର୍ତ୍ତନ ଆଣିବା ପାଇଁ ଆର୍ଟିକିଲ-15ର କାମ୍ପେନ #DontsayBhangi ।

By

Published : Jun 18, 2019, 1:13 PM IST

ଫଟୋ ସୌଜନ୍ୟ: ଏ ଏନ ଆଇ

ହାଇଦ୍ରାବାଦ: ଜାତିପ୍ରଥା ବିବାଦକୁ ନେଇ ଖୁବ ଶୀଘ୍ର ପରଦାକୁ ଆସୁଛି ଆୟୁଷ୍ମାନଙ୍କ ‘ଆର୍ଟିକିଲ-15’ । ସମାଜର ବିଭିନ୍ନ ଅନ୍ଧବିଶ୍ବାସ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଦାୟିତ୍ବ ବହନ କରିଛି ଆର୍ଟିକିଲ-15 । ପ୍ରଥମେ ଗ୍ରାମୀଣ ଭାରତରେ ଫିଲ୍ମକୁ ପହଞ୍ଚାଇବାକୁ ଚାହୁଁଥିବା ବେଳେ ଏବେ ଏକ ନୂଆ କ୍ୟାମ୍ପେନିଂ ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ଏ ଏନ ଆଇ

କ୍ୟାମ୍ପେନର ନାମ ରହିଛି #DontsayBhangi । ଏନେଇ ଏକ ଭିଡିଓ ସେୟାର କରିଛନ୍ତି ଆୟୁଷ୍ମାନ । ଭିଡିଓରେ ଛୋଟ ପୁଅଟେ ଚା' ଆଣି ଦେଉଥିବା ବେଳେ ଚା' ଭଲ ନଲାଗିବାରୁ ଅଭିନେତା ସୁଶୀଲ କୁମାର ପୁଅଟିକୁ ଭଙ୍ଗି(Bhangi) ବୋଲି ଡାକିଥିଲେ । ‘ଭଙ୍ଗି’ର ଅର୍ଥ ଖରାପ । ତେବେ ସୁଶୀଲ କୁମାର ଫିଲ୍ମରେ କନେଷ୍ଟବଲର ଚରିତ୍ରରେ ନଜର ଆସିବେ ।

ଫଟୋ ସୌଜନ୍ୟ: ଏ ଏନ ଆଇ

ତେବେ ଭଙ୍ଗି ଶବ୍ଦର ବ୍ୟବହାର ନକରିବାକୁ ଅପିଲ କରିଛନ୍ତି ଆୟୁଷ୍ମାନ । ଏଥିପାଇଁ ଭାରତର ଜନତାଙ୍କୁ ଏକ ପିଟିସନ ସାଇନ କରିବାକୁ କହିଛନ୍ତି । ଏଥିପାଇଁ ଏକ ଲିଙ୍କରେ ଯାଇ ପିଟିସନ ଫିଲଅପ କରିବାକୁ ହେବ । ଏହାକୁ ଆୟୁଷମାନ ନିଜ ଟ୍ବିଟରରେ ପୋଷ୍ଟ କରିଛନ୍ତି ।

‘ଆର୍ଟିକିଲ-15’କୁ ନିର୍ଦ୍ଦେଶନା ଦେଇଛନ୍ତି ଅନୁଭବ ସିହ୍ନା । ଫିଲ୍ମର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ । ଜାତିଗତ ବିବାଦକୁ ନେଇ ଦୁଇ ନାବାଳିକାଙ୍କୁ ହତ୍ୟା କରାଯାଇଥିବ । ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ବନାରସ ମିଡିଆ ୱାର୍କ୍ସ । ଜୁନ 28ରେ ଫିଲ୍ମ ରିଲିଜ ହେବ ।

ABOUT THE AUTHOR

...view details