ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଭିନୀତ ମଲ୍ଟ୍ଟି ଷ୍ଟାର ଫିଲ୍ମ ‘ମିଶନ ମଙ୍ଗଲ’ ଗତ ଦୁଇ ସପ୍ତାହରୁ ବକ୍ସ ଅଫିସରେ ଦମଦାର କଲେକ୍ସନ କରିବାରେ ଲାଗିଛି । ଫିଲ୍ମର ରିଲିଜକୁ 14 ଦିନ ହୋଇସାରିଲାଣି ତଥାପି ଏହାର ଆୟରେ କୌଣସି କ୍ଷତି ହୋଇନାହିଁ । ଫିଲ୍ମର କଲେକ୍ସନ ଦେଖି ଲାଗୁଛି ଯେ ଦର୍ଶକଙ୍କୁ ମନ କିଣିବାରେ ଏହି ଫିଲ୍ମଟି ସଫଳ ହୋଇପାରିଛି ।
ମହାରାଷ୍ଟ୍ରରେ ଟ୍ୟାକ୍ସ ଫ୍ରି ‘ମିଶନ ମଙ୍ଗଲ’ - ତାପସୀ ପନ୍ନୁ
ଭାରତୀୟ ସଫଳତାଙ୍କୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ‘ମିଶନ ମଙ୍ଗଲ’ ଏବେ ମହାରାଷ୍ଟ୍ରରେ ଟ୍ୟାକ୍ସ ଫ୍ରି । ଫିଲ୍ମ ଉପରୁ କର ଛାଡ କଲେ ମହାରାଷ୍ଟ୍ର ସରକାର ।
ଇତିମଧ୍ୟରେ ଫିଲ୍ମକୁ ନେଇ ଗୁଡନ୍ୟୁଜ ଶୁଣିବାକୁ ମିଳୁଛି । ଯାହା ଶୁଣି ମେକର୍ସ ଖୁସି ହୋଇଯାଇଛନ୍ତି । କଥାଟି ହେଲା ଏବେ ମହାରାଷ୍ଟ୍ର ସରକାର ଚାହୁଁଛନ୍ତି ଯେ ‘ମିଶନ ମଙ୍ଗଲ’ ଫିଲ୍ମକୁ ଆହୁରି ଅଧିକା ଦର୍ଶକ ଦେଖନ୍ତୁ । ତେଣୁ ଏଥିପାଇଁ ଫିଲ୍ମର କର ମୁକ୍ତ କରାଯାଇଛି । ମହାରାଷ୍ଟ୍ରରେ ଏବେ ଟ୍ୟାକ୍ସ ଫ୍ରିରେ ପ୍ରସାରିତ ହେବ ଫିଲ୍ମ ।
ପ୍ରକାଶ ଥାଉକି ଭାରତୀୟ ମହାକାଶ ଯାନକୁ ନେଇ ଆଧାରିତ ଏହି ଫିଲ୍ମରେ ଅକ୍ଷୟଙ୍କ ସହ ବିଦ୍ୟା ବାଲନ, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, ସରମନ ଯୋଶୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମରେ ଅକ୍ଷୟ ଇସରୋର ବୈଜ୍ଞାନିକ ରାକେଶ ଧାୱନଙ୍କ ଭୂମିକାରେ ଦେଖାଯାଇଛନ୍ତି ।