ଓଡିଶା

odisha

By

Published : Feb 22, 2022, 7:28 PM IST

ETV Bharat / sitara

ଶାହରୁଖଙ୍କ ପରି ଅଭିନେତା ହେବାକୁ ଚାହୁଁନାହାନ୍ତି ଆର୍ଯ୍ୟନ, ବାଛିଲେ ନିଜ କ୍ୟାରିଅର

ବଲିଉଡ ସୁପରଷ୍ଟାର ଶାହରୁଖଙ୍କ ଲାଡଲା ପୁଅ ଆର୍ଯ୍ୟନ ଖାନ ବି-ଟାଉନ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ସେ ଅଭିନୟ କରିବେ ନାହିଁ ବରଂ କ୍ୟାମେରା ପଛରୁ କାମ କରିବେ । ଅଧିକ ପଢନ୍ତୁ

ଶାହରୁଖଙ୍କ ପରି ଅଭିନେତା ହେବାକୁ ଚାହୁଁନାହାନ୍ତି ଆର୍ଯ୍ୟନ, ବାଛିଲେ ନିଜ କ୍ୟାରିଅର
ଶାହରୁଖଙ୍କ ପରି ଅଭିନେତା ହେବାକୁ ଚାହୁଁନାହାନ୍ତି ଆର୍ଯ୍ୟନ, ବାଛିଲେ ନିଜ କ୍ୟାରିଅର

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଲାଡଲା ପୁଅ ଆର୍ଯ୍ୟନ ଖାନ ବି-ଟାଉନ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ସେ ଅଭିନୟ କରିବେ ନାହିଁ ବରଂ କ୍ୟାମେରା ପଛରୁ କାମ କରିବେ । ଆର୍ଯ୍ୟନ୍ ଖାନ୍ 2020 ମସିହାରେ ସାଉଥ୍ କାଲିଫର୍ନିଆ ବିଶ୍ବବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି । ସେ ଚିତ୍ରକଳା, ସିନେମାଟିକ୍ ଆର୍ଟ, ଫିଲ୍ମ ଏବଂ ଟେଲିଭିଜନ ପ୍ରଡକ୍ସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ବର୍ତ୍ତମାନ ସେ ନିଜ ଅଧ୍ୟୟନକୁ କାର୍ଯ୍ୟରେ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି ।

ଆର୍ଯ୍ୟନ୍ ଖାନ୍ କ୍ୟାମେରା ଆଗରେ ନିଜର ପ୍ରତିଭା ପ୍ରଦର୍ଶନ କରିବେ ନାହିଁ ବରଂ OTT ପ୍ଲାଟଫର୍ମ ଏବଂ ଫିଚର ଫିଲ୍ମ ପାଇଁ ଲେଖିବେ । 'ପିଙ୍କଭିଲ୍ଲା'ର ରିପୋର୍ଟ ଅନୁଯାୟୀ ଆର୍ଯ୍ୟନ୍ ଖାନ୍ ଏକ ୱେବ୍ ସିରିଜ୍ ପାଇଁ ଏକ OTT ପ୍ଲାଟଫର୍ମ ସହିତ କଥାବାର୍ତ୍ତା କରୁଥିବା ଜଣାଯାଇଛି।

ଏହା ସହିତ ସେ ଏକ ଫିଚର ଫିଲ୍ମରେ ମଧ୍ୟ କାମ କରୁଛନ୍ତି ଯାହା ଶାହରୁଖ ଖାନଙ୍କ ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ ଦ୍ବାରା ନିର୍ମିତ ହେବ । ଯଦି ସବୁ କିଛି ଠିକ୍ ଚାଲିଥାଏ ତେବେ ଆର୍ଯ୍ୟନ୍ ଖାନଙ୍କ OTT ସିରିଜ୍ ଚଳିତ ବର୍ଷ ଆସିପାରେ । ଆର୍ଯ୍ୟନ୍ ଖାନ୍ ତାଙ୍କ ସହ-ଲେଖକ ବିଲାଲ୍ ସିଦ୍ଦିକିଙ୍କ ସହ ଏହି ପ୍ରୋଜେକ୍ଟରେ କାମ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details