ଓଡିଶା

odisha

ETV Bharat / sitara

ଡବଲ୍ ରୋଲରେ ନଜର ଆସିବେ ଶ୍ରଦ୍ଧା ! - shraddha kapoor upcoming films

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ସେ ଏବେ ଫିଲ୍ମ 'ଚାଲବାଜ୍ ଇନ ଲଣ୍ଡନ'ରେ ନଜର ଆସିବେ । ଏହି ଫିଲ୍ମରେ ଶ୍ରଦ୍ଧାଙ୍କୁ ପ୍ରଥମ ଥର ପାଇଁ ଡବଲ୍ ରୋଲରେ ଦେଖିବାକୁ ମିଳିବ । ଅଧିକ ପଢନ୍ତୁ...

'Nobody better than Sharddha Kapoor for film like Chaalbaaz In London'
ଡବଲ୍ ରୋଲରେ ନଜର ଆସିବେ ଶ୍ରଦ୍ଧା !

By

Published : Apr 4, 2021, 6:42 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଏବେ ଶ୍ରଦ୍ଧାଙ୍କ ନୂଆ ଚଳଚ୍ଚିତ୍ରର ଘୋଷଣା କରାଯାଇଛି। ସେ ଏବେ ଫିଲ୍ମ 'ଚାଲବାଜ୍ ଇନ ଲଣ୍ଡନ'ରେ ନଜର ଆସିବେ । ଏହି ଫିଲ୍ମରେ ଶ୍ରଦ୍ଧାଙ୍କୁ ପ୍ରଥମ ଥର ପାଇଁ ଡବଲ୍ ରୋଲରେ ଦେଖିବାକୁ ମିଳିବ।

ଏହି ଚଳଚ୍ଚିତ୍ରଟି ଭୂଷଣ କୁମାର, କୃଷ୍ଣ କୁମାର, ଅହମ୍ମଦ ଖାନ ଏବଂ ଶାୟରା ଖାନଙ୍କ ଦ୍ବାରା ନିର୍ମିତ ହେବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ପଙ୍କଜ, ଯିଏ କି ଅରଜିନାଲ 'ଚାଲବାଜ'ର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।

ଶ୍ରଦ୍ଧା ନିଜେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ଚଳଚ୍ଚିତ୍ର ସମ୍ବନ୍ଧୀୟ ସମସ୍ତ ସୂଚନା ଅନ୍ତର୍ଭୁକ୍ତ ।

ଏହାକୁ ସେୟାର କରିବା ସମୟରେ ଅଭିନେତ୍ରୀ କହିଛନ୍ତି ଯେ ସେ ଫିଲ୍ମ ପାଇଁ ବହୁତ ଉତ୍ସାହିତ ଅଛନ୍ତି ।

ପ୍ରକାଶ ଥାଉ ଯେ, ଅରଜିନାଲ 'ଚଲବାଜ୍' 1989 ମସିହାରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ ଶ୍ରୀଦେବୀ ଡବଲ୍ ରୋଲରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟିକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ ।

ABOUT THE AUTHOR

...view details