ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଅନୁସନ୍ଧାନ କରୁଛି ସିବିଆଇ। ଏହାକୁ ନେଇ ଗଣମାଧ୍ୟମ ରିପୋର୍ଟଗୁଡିକ କଳ୍ପନାଜଳ୍ପନା ଏବଂ ତଥ୍ୟ ଉପରେ ଆଧାରିତ ନୁହେଁ ବୋଲି ଅନୁସନ୍ଧାନକାରୀ ସଂସ୍ଥା କହିଛି। ସିବିଆଇ କହିଛି ଯେ, ଏହା ଏକ ଜଟିଳ ମାମଲା। ଅନୁସନ୍ଧାନର ସବିଶେଷ ତଥ୍ୟ ବର୍ତ୍ତମାନ ପ୍ରକାଶ କରି ହେବ ନାହିଁ। ତେବେ ଅନୁସନ୍ଧାନ ଶେଷ ହେବା ପରେ ସବିଶେଷ ତଥ୍ୟ ଗଣମାଧ୍ୟମକୁ ସେୟାର କରାଯିବ।
ଅନୁସନ୍ଧାନକାରୀ ସଂସ୍ଥା ଗୁରୁବାର ଦିନ ଏକ ବିବୃତ୍ତିରେ କହିଛନ୍ତି, "ସିବିଆଇକୁ ରିପୋର୍ଟ କରାଯାଉଥିବା ଏବଂ ଦିଆଯାଇଥିବା ସବିଶେଷ ତଥ୍ୟ ବର୍ତ୍ତମାନ ପ୍ରକାଶ କରାଯିବା ନାହିଁ। ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ଗଣମାଧ୍ୟମ ସିବିଆଇ ମୁଖପାତ୍ରଙ୍କ ଠାରୁ ସବିଶେଷ ତଥ୍ୟ ସଂଗ୍ରହ କରିପାରିବେ ବୋଲି ଅନୁରୋଧ କରିଛି।