ଓଡିଶା

odisha

By

Published : Jan 18, 2022, 1:45 PM IST

ETV Bharat / sitara

ମୃତ୍ୟୁ ଠାରୁ ଅଧିକ ଭୟଙ୍କର ଛାଡପତ୍ର, ପତ୍ନୀଙ୍କ ଠୁ ଅଲଗା ହୋଇ ମନକଥା ବଖାଣିଲେ କୃଷ୍ଣ

ଦୀର୍ଘ 14 ବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହୋଇଛନ୍ତି ଟିଭିର ଐତିହାସିକ ସିରିଏଲ 'ମହାଭାରତ'ର ଫେମ୍ ନୀତୀଶ ଭରଦ୍ବାଜ। ଛାଡପତ୍ରର ପରେ ନୀତୀଶ ସ୍ମିତାଙ୍କ ଠାରୁ ଅଲଗା ହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଅଧିକ ପଢନ୍ତୁ

ପତ୍ନୀଙ୍କଠାରୁ ଅଲଗା ହେବା ପରେ କୃଷ୍ଣଙ୍କ ପ୍ରତିକ୍ରିୟା- ମୃତ୍ୟୁ ଠାରୁ ବି ଅଧିକ ଶକ୍ତିଶାଳୀ ଛାଡପତ୍ର
ପତ୍ନୀଙ୍କଠାରୁ ଅଲଗା ହେବା ପରେ କୃଷ୍ଣଙ୍କ ପ୍ରତିକ୍ରିୟା- ମୃତ୍ୟୁ ଠାରୁ ବି ଅଧିକ ଶକ୍ତିଶାଳୀ ଛାଡପତ୍ର

ହାଇଦ୍ରାବାଦ: ଦୀର୍ଘ 14 ବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହୋଇଛନ୍ତି ଟିଭିର ଐତିହାସିକ ସିରିଏଲ 'ମହାଭାରତ'ର ଫେମ୍ ନୀତୀଶ ଭରଦ୍ବାଜ। ମହାଭାରତରେ 'କୃଷ୍ଣ' ଭୂମିକାରେ ଅଭିନୟ କରିଥିବା ନୀତୀଶ ତାଙ୍କ ବୃତ୍ତିଗତ ଜୀବନକୁ ନେଇ ଯେମିତି ଚର୍ଚ୍ଚାରେ, ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେମିତି ଚର୍ଚ୍ଚାରେ ଥାନ୍ତି । 2019 ରେ ନୀତୀଶ ପତ୍ନୀ ତଥା ଆଇଏଏସ୍ ଅଧିକାରୀ ସ୍ମିତା ଗେଟ୍ (Smita Gate)ଙ୍କ ଠାରୁ ଅଲଗା ହୋଇଥିଲେ।

2005 ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହର 1 ବର୍ଷ ପରେ ନୀତୀଶ ଏବଂ ସ୍ମିତା ଛାଡପତ୍ର ନେବାକୁ ସ୍ଥିର କରିଥିଲେ। ଛାଡପତ୍ରର 2 ବର୍ଷ ପରେ ନୀତୀଶ ସ୍ମିତାଙ୍କ ଠାରୁ ଅଲଗା ହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି। ନୀତୀଶ ଏବଂ ସ୍ମିତାଙ୍କ ଦୁଇଟି ଯାଆଁଳା ଝିଅ ଅଛନ୍ତି, ଯେଉଁମାନେ ମା' ସ୍ମିତାଙ୍କ ସହ ଇନ୍ଦୋରରେ ରୁହନ୍ତି ।

ନୀତୀଶ ସ୍ମିତା

ଏକ ସାକ୍ଷାତକାରରେ ନୀତୀଶ ଭରଦ୍ବାଜ ପତ୍ନୀ ସ୍ମିତାଙ୍କ ସହ ଅଲଗା ହେବା ବିଷୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି, "ହଁ, ମୁଁ ସେପ୍ଟେମ୍ବର 2019 ରେ ପାରିବାରିକ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲି। ତେବେ ମୁଁ ସେତିକି ଗଭୀରତାକୁ ଯିବାକୁ ଚାହେଁ ନାହିଁ, କେଉଁ କାରଣ ପାଇଁ ଆମେ ଦୁହେଁ ଅଲଗା ହେଲୁ। ବର୍ତ୍ତମାନ ମାମଲା କୋର୍ଟରେ ଅଛି। ମୁଁ କେବଳ ଏତିକି କହିପାରିବି ଯେ, ଛାଡପତ୍ର ମୃତ୍ୟୁ ଠାରୁ ବି ଅଧିକ ଶକ୍ତିଶାଳୀ ହୋଇଥାଏ, ବିଶେଷକରି ସେତେବେଳେ ଯେତେବେଳେ ଆପଣ ଏକୁଟିଆପଣ ସହ ଜୀବନ ବିତାଉଥିବେ।

ଆହୁରି ପଢନ୍ତୁ: ୧୮ ବର୍ଷର ବୈବାହିକ ଜୀବନରେ ବ୍ରେକ, ଅଲଗା ହେଲେ ଧନୁଷ ଐଶ୍ବର୍ଯ୍ୟା

ବିବାହ ସମ୍ପର୍କରେ ନୀତୀଶ ଭରଦ୍ବାଜ କହିଛନ୍ତି, "ମୁଁ ଏହି କନ୍ସେପ୍ଟ ଉପରେ ପୂରା ବିଶ୍ବାସ କରେ, କିନ୍ତୁ ମୁଁ ଏହି ମାମଲାରେ ଭାଗ୍ୟବାନ ନୁହେଁ। ସତ କହିବାକୁ ଗଲେ ବିବାହ ଭାଙ୍ଗିବାର ଅନେକ କାରଣ ଥାଇପାରେ। ବେଳେବେଳେ ଆପଣ ନିଜ ସାଥୀଙ୍କ ଅହଂକାରକୁ ଆପୋଷ ବୁଝାମଣା କରିପାରନ୍ତି ନାହିଁ, କେତେବେଳେ ପରସ୍ପରର ଭାବନା ମିଶେ ନାହିଁ। ଯେତେବେଳେ ବି ସମ୍ପର୍କ ଭାଙ୍ଗେ ସେତେବେଳେ ପିଲାମାନେ ହିଁ ଅଧିକ କଷ୍ଟ ପାଆନ୍ତି। ପିଲାମାନଙ୍କ ଉପରେ ଏହା ଖରାପ ପ୍ରଭାବ ପକାଏ। ଏଥିପାଇଁ ଦାୟୀ ପିତାମାତା। "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details