ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’ ଦର୍ଶକଙ୍କ ମନ କିଣିବା ସହ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିବାରେ ମଧ୍ୟ ସଫଳ ହୋଇଛି । ଇତିମଧ୍ୟରେ ଆଉ ଏକ ଖବର ମଧ୍ୟ ଜୋର ଧରିଛି । ଶୁଣିବାକୁ ମିଳୁଛି ଯେ ‘ଛିଛୋରେ’ର ନିର୍ଦ୍ଦେଶକ ନିତେଶ ତିୱାରୀ ଖୁବଶୀଘ୍ର ରାମାୟଣ ଉପରେ ତିନି ଭାଗରେ ମାରାଥନ ଫିଚର ଫିଲ୍ମ ସିରିଜ ନିର୍ମାଣ କରିବାକୁ ଯାଉଛନ୍ତି।
ଏହାସହ ସେ ସ୍ପଷ୍ଟ କରିଛନ୍ତି ଯେ ପବିତ୍ର ମହାକାବ୍ୟ ନିର୍ମାଣରେ କୌଣସି ପରିବର୍ତ୍ତନ କିମ୍ବା ଭୁଲ ତଥ୍ୟା ପର୍ଯ୍ୟବେଶିତ କରିବେ ନାହିଁ । ସେ କହିଛନ୍ତି କି ଏହି ମହାକାବ୍ୟରେ କିଛି ପରିବର୍ତ୍ତନ କରିବାର ମାନେ ହେଲା ମୂର୍ଖାମି ।
ଯେଉଁ ସମୟରେ ଆମେ ବଞ୍ଚୁଛେ, ଏହା ଏକ ଏମିତି ଧର୍ମଗ୍ରନ୍ଥ ଯାହା ସବୁ ହିନ୍ଦୀ ପରିବାରର ଏକ ମହତ୍ବ ଅଙ୍ଗ । ସେଥିରେ କୌଣସି ପ୍ରକାରର ପରିବର୍ତ୍ତନ କରିବା ମୂର୍ଖାମି ହେବ । ଏହା ଭାରତ ସଂସ୍କୃତିର କାହାଣୀ ଯଦି ଏଥିରେ ସେ କୌଣସି ପରିବର୍ତ୍ତନ କରିବେ ତେବେ ତାହା ଆଦୌ ଠିକ୍ ହେବ ନାହିଁ । ସେ ଯାହା ନିର୍ମାମ କରିବାକୁ ଯାଉଛନ୍ତି ତାହା ଠିକ୍ ସେହି ରାମାୟଣ ପରି ହେବ ଯାହା ଦେଶବାସୀ ଜାଣିଛନ୍ତି ।
କାରଣ ନିକଟରେ କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ଏକ ଧାରାବାହିକ ଉପରେ ରାଣାୟଣର କିଛି ଅଂଶରେ ଭୁଲ ତଥ୍ୟ ପର୍ଯ୍ୟବେଶିତ ହୋଇଥିବାର ଅଭିଯୋଗ ଲାଗିଥିଲା । ଏହି ମାମଲାରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଦ୍ବାରା ଚ୍ୟାନେଲକୁ ଲିଗାଲ ନୋଟି ମଧ୍ୟ ଜାରି କରାଯାଇଥିଲା ।
ପ୍ରକାଶ ଥାଉକି ନିତେଶଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଛିଛୋରେ’ ବର୍ତ୍ତମାନ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିବାରେ ଲାଗିଛି । ଫିଲ୍ମ ରିଲିଜକୁ 10 ଦିନ ପୂରଣ ହୋଇସାରିଲାଣି । ଏଯାବତ ଫିଲ୍ମଟି 94.06 କୋଟି ଆୟ କରିବାରେ ସଫଳ ହୋଇଛି ।