ନୂଆଦିଲ୍ଲୀ: ଦୁଇ ମାସ ପୂର୍ବେ ସୁଶାନ୍ତଙ୍କ ମାମଲାର ଡ୍ରଗ୍ସ ଲିଙ୍କ ଯାଞ୍ଚରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ନାଁ ପ୍ରକାଶ ପାଇବା ପରେ ସେ ତାଙ୍କ ବିରୋଧରେ ଖବର ଏବଂ ଆଟିର୍କିଲ ପ୍ରକାଶ ନକରିବାକୁ ହାଇକୋର୍ଟରେ ଆବେଦନ କରିଥିଲେ । କୋର୍ଟ ଏହି ମାମଲା ସହିତ ଜଡିତ ଅନ୍ୟମାନଙ୍କୁ ମନ୍ତ୍ରଣାଳୟ ସମେତ ଏହି ମାମଲାରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଖବର ପ୍ରସାରଣ ପାଇଁ ରକୁଲଙ୍କୁ କ୍ଷମା ମାଗିବେ ତିନି ଚ୍ୟାନେଲ - News broadcasting authority orders three channels
ଏବେ ଟର୍ଚ୍ଚାରେ ରକୁଲ । ସୁଶାନ୍ତ ମାମଲାର ଡ୍ରଗ୍ସ ଲିଙ୍କ ଯାଞ୍ଚରେ ରକୁଲଙ୍କ ନାଁ ପ୍ରକାଶ ପାଇବା ପରେ ଏବେ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନୋଟି ନ୍ୟୁଜ୍ ଚ୍ୟାନେଲକୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...
ରକୁଲଙ୍କ କେସ: ଖବର ପ୍ରସାରଣ ଅଥରିଟି କ୍ଷମା ମାଗିବାକୁ ତିନୋଟି ଚ୍ୟାନେଲକୁ ଦେଲା ନିର୍ଦ୍ଦେଶ
ବର୍ତ୍ତମାନ, ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ୍ୟୁଜ୍ ବ୍ରଡକାଷ୍ଟିଂ ଷ୍ଟାଣ୍ଡାର୍ଡ ଅଥରିଟି ଗୁରୁବାର ଦିନ ତିନୋଟି ନ୍ୟୁଜ୍ ଚ୍ୟାନେଲକୁ ସୁଶାନ୍ତଙ୍କ ଘଟଣାରେ ରକୁଲଙ୍କ ରିପୋର୍ଟ ପାଇଁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷମା ମାଗିବାକୁ କୁହାଯାଇଥିବା ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ହେଉଛି ଜି ନ୍ୟୁଜ୍, ଜି 24, ଏବଂ ଜି ହିନ୍ଦୁସ୍ତାନୀ ।
ପ୍ରକାଶ ଥାଉ ଯେ, NBSA ଏହି ଚ୍ୟାନେଲ ଗୁଡ଼ିକୁ 17 ଡିସେମ୍ବରରେ ଅନ୍ ଏୟାରରେ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛି ।
TAGGED:
ରକୁଲଙ୍କ କେସ