ନୂଆଦିଲ୍ଲୀ: ନିକଟରେ ବଲିଉଡ ଅଭିନେତ୍ରୀ ୟାମି ଗୌତମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଛନ୍ତି । ବିବାହ ପରେ ସେ ବିବାହର ଫଟୋ ଧୀରେ ଧୀରେ ଇନଷ୍ଟାଗ୍ରାମରେ ସେୟାର କରୁଛନ୍ତି ।
ଆଜି ୟାମି ତାଙ୍କ ମା' ଏବଂ ଭଉଣୀଙ୍କ ସହ ଏକ ଆକର୍ଷଣୀୟ ଫଟୋ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ବିବାହ ପରେ ୟାମି ଅନୁଭବ କରିବା ଆରମ୍ଭ କରିଦେଇଛନ୍ତି ଯେ ସେ ବର୍ତ୍ତମାନ ତାଙ୍କ ମା'ଙ୍କ ପରି ହୋଇସାରିଛନ୍ତି ।
ବାସ୍ତବରେ, ଆଜି (9 ଜୁନ) ୟାମିଙ୍କ ମା’ଙ୍କ ଜନ୍ମଦିନ ।
ଏହି ବିଶେଷ ଅବସରରେ ୟାମି ମା' ଏବଂ ଭଉଣୀଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି, 'ଆମେ ପ୍ରତିଦିନ ଆମ ମା'ଙ୍କ ପରି ହୋଇଆସୁଛୁ ଏବଂ ଆମେ ଏଥିପାଇଁ ଗର୍ବିତ । ଜନ୍ମଦିନର ଶୁଭେଚ୍ଛା ମମି ।
ଫଟୋରେ, 3 ଜଣ ବହୁତ ସୁନ୍ଦର ଦେଖାଯାଉଛନ୍ତି ।
ପ୍ରକାଶ ଥାଉ କି, ଆଦିତ୍ୟ ଉରି - ଦ ସର୍ଜିକାଲ୍ ଷ୍ଟ୍ରାଇକ୍ ପରି ଏକ ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଇଣ୍ଡଷ୍ଟ୍ରିର ସର୍ବୋତ୍ତମ ନିର୍ଦ୍ଦେଶକ ଭାବରେ ମଧ୍ୟ ଜଣାଶୁଣା । ୟାମି ମଧ୍ୟ ଉରିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ।