ଓଡିଶା

odisha

ନୂଆ ବର୍ଷ ପାର୍ଟିରେ ମିକାଙ୍କ ସହ ଗୀତ ଗାଇ ନାଚିଲେ ହ୍ରିତିକ, ଭିଡିଓ ଭାଇରାଲ

By

Published : Jan 1, 2021, 5:04 PM IST

ମୀକା ସିଂ ନୂଆ ବର୍ଷ ସେଲିବ୍ରେଶନର ଏକ ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ସେ ହ୍ରିତିକଙ୍କ ସହିତ ଗୀତ ଗାଇ ନାଚୁଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

new-year-2021-hrithik-roshan-dance-on-kaho-naa-pyaar-hai-song-with-mika-singh
ନୂଆ ବର୍ଷ ପାର୍ଟୀରେ ମୀକା ସିଂଙ୍କ ସହ ଗୀତ ଗାଇଲେ ହ୍ରିତିକ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ବଲିଉଡ ଏବଂ ପଞ୍ଜାବୀ ଗାୟକ ମିକା ସିଂ ନୂଆ ବର୍ଷ ସେଲିବ୍ରେଶନର ଏକ ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓରେ ହ୍ରିତିକ ରୋଶନ ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି ।

ମିକା ଏହି ଭିଡିଓ ସେୟାର କରିବା ମାତ୍ରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ହ୍ରିତିକ ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର କହୋ ନା ପ୍ୟାର ହେ ର ଏକ ଗୀତ ମିକାଙ୍କ ସହିତ ଗୀତ ଗାଇ ନାଚୁଥିବାର ଏବଂ ତାଙ୍କର ଫେମସ ଡ୍ୟାନ୍ସିଙ୍ଗ ମୁଭସ୍ କରୁଥିବାର ନଜର ଆସିଛନ୍ତି ।

ନୂଆ ବର୍ଷ ପାର୍ଟିରେ ମିକା ଏବଂ ହ୍ରିତିକଙ୍କ ସହିତ ମ୍ୟୁଜିକ ଆର୍ଟିଷ୍ଟ କରଣ ବାବା, ଅଭିନେତା ଜାଏଦ ଖାନ ଏବଂ ରାକେଶ ରୋଶନ ମଧ୍ୟ ସାମିଲ ହୋଇଥିଲେ ।

ଏହି ଭିଡିଓ ସେୟାର କରି କ୍ୟାପସନରେ ମୀକା ପ୍ରଶଂସକମାନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହିତ ହ୍ରିତିକ, କରଣ, ରାକେଶ ରୋଶନ ଏବଂ ଜାଏଦ ଖାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ବିଦାୟ 2020, ସ୍ବାଗତ 2021 ।

ଏବେ ମିକାଙ୍କ ଏହି ଭିଡିଓ ପୋଷ୍ଟରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ନୂଆ ବର୍ଷରେ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ପ୍ରଶଂସକମାନେ ହ୍ରିତିକଙ୍କ ଡ୍ୟାନ୍ସକୁ ମଧ୍ୟ ପ୍ରଶଂସା କରୁଛନ୍ତି ।

ପ୍ରକାଶ ଥାଉ ଯେ, ମିକା ଏବଂ ହ୍ରିତିକଙ୍କ ଏହି ଭିଡିଓକୁ ଏପର୍ଯ୍ୟନ୍ତ ତିନି ଲକ୍ଷରୁ ଅଧିକ ଥର ଭ୍ୟୁଜ୍ ମିଳିସାରିଛି ।

For All Latest Updates

ABOUT THE AUTHOR

...view details