ମୁମ୍ବାଇ: ଲକଡାଉନରେ ଘରେ ବନ୍ଦ ଥିବା ଫେମସ ଆକ୍ଟର ରାଜକୁମାର ରାଓ ନିଜ ପ୍ରତିଭା ସମସ୍ତଙ୍କୁ ଦେଖାଇବାରେ ଲାଗିଛନ୍ତି। ଏବେ ନିଜ ଘରେ ଖୋଲିଛନ୍ତି ସେଲୁନ। ଏକଥା ଆମେ କହୁନାହୁଁ ଏହା ତାଙ୍କ ନୂଆ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡୁଛି । ଆଜ୍ଞା ହଁ, ସେ ନିଜ କଥିତ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ପତ୍ରଲେଖାଙ୍କ ହେୟାର ଷ୍ଟାଇଲିଷ୍ଟ ସାଜିଛନ୍ତି।
ଶୁକ୍ରବାର ପତ୍ରଲେଖା ଇନଷ୍ଟାଗ୍ରାମରେ ବୟଫ୍ରେଣ୍ଡଙ୍କ ସହ ଏକ ଭିଡିଓ ସେୟାର କିରଥିଲେ। ଯେଉଁଥିରେ ରାଜକୁମାର ତାଙ୍କ କେଶ କାଟୁଥିବାର ଦେଖାଯାଉଛନ୍ତି। ବର୍ତ୍ତମାନ ଏହି ଭିଡିଓ ଫ୍ୟାନ୍ସଙ୍କ ସହ ଅନେକ ସେଲିବ୍ରିଟିଙ୍କ ମନ କିଣିବାରେ ସଫଳ ହୋଇଛି।