ମୁମ୍ବାଇ: ଗାୟିକା କନିକା କପୁର ତାଙ୍କ ମ୍ୟୁଜିକ୍ ଲେବଲ୍ ଅନ୍ତର୍ଗତ ନୂଆ ଗୀତ ରିଲିଜ କରିଛନ୍ତି । ସ୍ବାଧୀନ କଳାକାର ଏବଂ ସ୍ବାଧୀନ ସଙ୍ଗୀତକୁ ସମର୍ଥନ କରିବାକୁ ସେ ଫ୍ୟାନ୍ସଙ୍କୁ ଅନୁରୋଧ କରିଥିଲେ । ଗୀତ 'ଲଙ୍ଗ ନାଇଟ୍ସ' ହେଉଛି କନିକା ମ୍ୟୁଜିକ୍ ଲେବଲ୍ ଅନ୍ତର୍ଗତ ପ୍ରଥମ ଟ୍ରାକ୍ ।
ଗୀତ ବିଷୟରେ କନିକା କହିଛନ୍ତି, ମୁଁ ଏହି ଗୀତକୁ ହୃଦୟରୁ ଗାଇଛି । ଲକଡାଉନ୍ ସମୟରେ ମୁଁ ଏହି ଟ୍ରାକରେ କାମ କରିଥିଲି । ଆମେ ଆଶା କରୁଛୁ ଆପଣ ଏହାକୁ ପସନ୍ଦ କରିବେ । ସ୍ବାଧୀନ କଳାକାର ଏବଂ ସ୍ବାଧୀନ ସଙ୍ଗୀତକୁ ସମର୍ଥନ କରନ୍ତୁ ।