ଓଡିଶା

odisha

By

Published : Jun 1, 2019, 1:01 PM IST

ETV Bharat / sitara

ବାୟୁ ପ୍ରଦୁଷଣ ରୋକିବା ନେଇ ବଲିଉଡ ଷ୍ଟାର୍ସଙ୍କ ଅଭିନବ ପ୍ରୟାସ

ବାୟୁ ପ୍ରଦୂଷଣ ରୋକିବା ପାଇଁ ଗୀତ ଜରିଆରେ ସନ୍ଦେଶ ଦେଲେ ବଲିଉଡ ଷ୍ଟାର୍ସ । ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଗୀତକୁ ରିଲିଜ କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲମିଡିଆ

ହାଇଦ୍ରାବାଦ: ଜୁନ 5ରେ ବିଶ୍ବ ପରିବେଶ ଦିବସ । ଏହ ପୂର୍ବରୁ ବଲିଉଡ ଷ୍ଟାର୍ସ ବାୟୁ ପ୍ରଦୂଷଣ ରୋକିବା ପାଇଁ ତିଆରି କରିଛନ୍ତି ସଚେତନତା ଗୀତ ‘ହାୱା ଆନେ ଦେ’ । ପରିବେଶ ମନ୍ତ୍ରଣାଳୟ, ଭାମଲା ଫାଉଣ୍ଡେସନ ସହ ମିଶି ଗୀତକୁ ରିଲିଜ କରାଯାଇଛି ।

ଗୀତରେ ଅକ୍ଷୟ କୁମାରଙ୍କ ସହ ରାଜକୁମାର ରାଓ, ଭିକି କୌଶଲ, କପିଲ ଶର୍ମା, ଶୈମିକ ଦାଭର, ଶାନ, ଶଙ୍କର ମହାଦେବନ ଓ ସୁନିଧି ଚୌହନାଙ୍କୁ ଦେଖିବାକୁ ମିଳିଛି । ଶାନ୍ ନିଜ ଟ୍ବିଟର ହାଣ୍ଡେଲରେ ଗୀତକୁ ସେୟାର କରିଛିନ୍ତି ।

ଭିଡିଓ ସୌଜନ୍ୟ: ୟୁଟ୍ୟୁବ

ଭିଡିଓର ଆରମ୍ଭରେ ଅକ୍ଷୟ ଜଗିଙ୍ଗ କରୁଥିବାର ଦେଖାଯାଇଛି । ଭିଡିଓରେ ଧୂଆଁ, ନିଆଁ, କେମିକାଲ ଦ୍ବାରା ପରିବେଶ କିପରି ପ୍ରଦୂଷିତ ହେଉଛି ଦେଖାଇବା ସହ ଲୋକ ବ୍ୟାଲର ଧରି ପରିବେଶ ସୁରକ୍ଷା ପାଇଁ ଅନୁରୋଧ କରୁଥିବାର ଦେଖିବାକୁ ମିଳିଛି । ଶାନଙ୍କ ସହ ଶାନ୍ତନୁ ମୁଖାର୍ଜୀ, ସୁନିଧି ଚୌହାନ, କପିଲ ଶର୍ମା, ଶଙ୍କର ମହାଦେବନ ଗୀତକୁ ଗାଇଛନ୍ତି ।

1974 ମସିହାରୁ ବିଶ୍ବ ପରିବେଶ ଦିବସ ପାଳନ କରାଯାଉଛି । 2018ରେ ପ୍ଲାଷ୍ଟିକ ପ୍ରଦୂଷଣ ପାଇଁ ସଚେତନତା କରାଯାଇଥିବାବେଳେ ଏଥରକ ବାୟୁ ପ୍ରଦୂଷଣକୁ ମହତ୍ତ୍ବ ଦିଆଯାଇଛି ।

ABOUT THE AUTHOR

...view details