ଓଡିଶା

odisha

ETV Bharat / sitara

ହୋଲିର ରଙ୍ଗରେ ଟାଇଗର-ହ୍ରିତିକଙ୍କ ଭୟଙ୍କର ମୁଡ୍

ରିଲିଜ ହୋଇଛି ‘ୱାର’ର ପାର୍ଟି ଗୀତ । ଗୀତର ତାଳରେ ଗୁରୁ-ଶିଷ୍ୟଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି ।

By

Published : Sep 21, 2019, 12:21 PM IST

ଫଟୋ ସୌଜନ୍ୟ: ସୋସିଆଲ ମିିଡିଆ

ହାଇଦ୍ରାବାଦ: ହ୍ରିତିକ ରୋଶନ ଓ ଟାଇଗର ସ୍ରର୍ଫଙ୍କ ଅଭିନୀତ ଫିଲ୍ମ ‘ୱାର’ର ପାର୍ଟି ଗୀତ ରିଲିଜ ହୋଇଛି । ‘ଜୟ ଜୟ ଶିବ ସଙ୍କର, ଆଜ୍ ମୁଡ୍ ହେ ଭୟଙ୍କର’ ଗୀତରେ ଧମାକାଦାର ନାଚିଛନ୍ତି ଗୁର-ଶିଷ୍ୟ । ଏହି ଗୀତ ପାଇଁ ପ୍ରାୟ ତିନି ସପ୍ତାହ ପର୍ଯ୍ୟନ୍ତ ପ୍ରାଟିକ୍ସ କରିଥିଲେ ଦୁହେଁ ।

ମନୋରଞ୍ଜନପୂର୍ଣ୍ଣ ଲୋକେସନ ସହ ହୋଲିର ରଙ୍ଗରେ ସମ୍ପୂର୍ଣ୍ଣ ଭାବେ ରଙ୍ଗୀନ ହୋଇଛନ୍ତି ହ୍ରିତିକ-ଟାଇଗର । ଗୀତଟି ଆପଣଙ୍କୁ ନାଚିବାକୁ ନିଶ୍ଚିତ ଉତ୍ସାହିତ କରିବ । ତେବେ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସିଦ୍ଧାର୍ଥ ଆନନ୍ଦ ।

ୟଶରାଜ ଫିଲ୍ମର ୟୁଟ୍ୟୁବ ଚ୍ୟାନେଲରେ ଗୀତକୁ ରିଲିଜ କରାଯାଇଛି । ଗୀତକୁ ବିଶାଲ-ଶେଖର କମ୍ପୋଜ କରିଛନ୍ତି । ଅକ୍ଟୋବର 2ରେ ଫିଲ୍ମକୁ ରିଲିଜ କରାଯିବ ।

ABOUT THE AUTHOR

...view details