ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ୍ ଜୋନାସ୍ । ପ୍ରିୟଙ୍କା-ନିକ୍ଙ୍କର ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଦୁହେଁ ଖୁବ ଏନଜୟ କରୁଥିବାର ଦେଖିବାକୁ ମିଳିଛି । ଚଳିତ ବର୍ଷ ପ୍ରାରମ୍ଭରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ୍ ସରୋଗେସି ମାଧ୍ୟମରେ ପିତା ମାତା ହେବାର ଗୌରବ ଲାଭ କରିଥିଲେ ।
ଏହାପରଠୁ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ସର୍ବଦା ସକ୍ରିୟ ରହୁଥିବା ଏହି ଦମ୍ପତ୍ତି ନିଜ କାମରେ ବ୍ୟସ୍ତ ରହିଯାଇଥିଲେ। ତେବେ ପ୍ରିୟଙ୍କା ଚୋପ୍ରା ରବିବାର ଦିନ ସ୍ବାମୀ ନିକଙ୍କ ସହ କିପରି ଦିନ କାଟିଛନ୍ତି ତାହାର ଏକ ଝଲକ ସୋମବାର ସେୟାର କରିଛନ୍ତି। ଅଭିନେତ୍ରୀ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ନିକ ଜୋନାସଙ୍କ ହାତ ଧରିଥିବାର ନଜର ଆସିଥିଲେ । ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ମୋର ପସନ୍ଦିତା ରବିବାର।