ଓଡିଶା

odisha

ETV Bharat / sitara

Maha Shivaratri: ଶିବ ଆରାଧନା କଲେ ନିକ୍-ପ୍ରିୟଙ୍କା - ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା ଚୋପ୍ରା

ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜଣେ ଇଣ୍ଟରନ୍ୟାସନାଲ ପର୍ସନାଲିଟି । ମହାଶିବରାତ୍ରୀ ଅବସରରେ ପ୍ରିୟଙ୍କା ତାଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ନିକଙ୍କ ସହ ମିଶି ଶିବ ପୂଜା କଲେ ପ୍ରିୟଙ୍କା ଚୋପ୍ରା, ପ୍ରଶଂସକଙ୍କୁ ଜଣାଇଲେ ଶୁଭେଚ୍ଛା
ନିକଙ୍କ ସହ ମିଶି ଶିବ ପୂଜା କଲେ ପ୍ରିୟଙ୍କା ଚୋପ୍ରା, ପ୍ରଶଂସକଙ୍କୁ ଜଣାଇଲେ ଶୁଭେଚ୍ଛା

By

Published : Mar 1, 2022, 6:18 PM IST

ହାଇଦ୍ରାବାଦ:ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜଣେ ଇଣ୍ଟରନ୍ୟାସନାଲ ପର୍ସନାଲିଟି । ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସହ ଆମେରିକାରେ ତାଙ୍କ ଶାଶୁ ଘରେ ରୁହନ୍ତି, କିନ୍ତୁ ପ୍ରିୟଙ୍କା ଦେଶ ତଥା ବିଦେଶର ପ୍ରଶଂସକଙ୍କୁ ଭୁଲି ନାହାଁନ୍ତି। ମହାଶିବରାତ୍ରୀ ଅବସରରେ ପ୍ରିୟଙ୍କା ତାଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ନିକଙ୍କ ସହ ମିଶି ଶିବ ପୂଜା କଲେ ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମରେ ପ୍ରଶଂସକମାନଙ୍କୁ ମହାଶିବରାତ୍ରୀର ଅଭିନନ୍ଦନ ଜଣାଇଛନ୍ତି । ଅଭିନେତ୍ରୀ ତାଙ୍କ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ଭଗବାନ ଶିବଙ୍କ ଆଗରେ ପୂଜା କରୁଥିବା ନଜର ଆସିଛନ୍ତି । ଏହି ଅବସରରେ ପ୍ରିୟଙ୍କା ଚୋପ୍ରା ଗୋଲାପୀ ରଙ୍ଗର ସୁଟ ପିନ୍ଧିଛନ୍ତି । ଏହି ସମୟରେ ନିକ ଜୋନାସ ଭଗବାନ ଶିବଙ୍କ ସମ୍ମୁଖରେ ବସିଥିବାବେଳେ ଏକ ଧଳା କୁର୍ତ୍ତା ପାଇଜାମାରେ ନଜର ଆସିଛନ୍ତି। ଏହି ଫଟୋଗୁଡିକୁ ସେୟାର୍ କରି ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି, ସମସ୍ତଙ୍କୁ ମହାଶିବରାତ୍ରୀର ଶୁଭକାମନା ।

ନିକଙ୍କ ସହ ମିଶି ଶିବ ପୂଜା କଲେ ପ୍ରିୟଙ୍କା ଚୋପ୍ରା

ନିକ-ପ୍ରିୟଙ୍କାଙ୍କ ଝିଅ ଏହି ପୂଜାରେ ଦୃଶ୍ୟମାନ ହେଉନାହାନ୍ତି । ତେବେ ନିକଟରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ସରୋଗେସି ଜରିଆରେ ପିତାମାତା ହୋଇଛନ୍ତି । କିଛି ଦିନ ପୂର୍ବରୁ ଅଭିନେତ୍ରୀ ଝିଅର ନର୍ସରୀରୁ କିଛି ଫଟୋ ସେୟାର କରିଥିଲେ । ପ୍ରିୟଙ୍କା ଚୋପ୍ରାଙ୍କ କାମ ବିଷୟରେ କହିବାକୁ ଗଲେ, ବିଜ୍ଞାନ-କାଳ୍ପନିକ ଚଳଚ୍ଚିତ୍ର Matrix Resurrections ରେ ନଜର ଆସିଥିଲେ । ଏଥି ସହିତ ଅଭିନେତ୍ରୀ ସିଟାଡେଲର ସୁଟିଂ ଶେଷ କରିଛନ୍ତି।

ପ୍ରିୟଙ୍କା ଚୋପ୍ରା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details