ଓଡିଶା

odisha

ETV Bharat / sitara

ଦେଶର 4 ବଡ ସ୍କାମକୁ ନେଇ ନେଟଫ୍ଲିକ୍ସ ଆଣିବ ଡକ୍ୟୁମେଣ୍ଟ୍ରି ସିରିଜ - ଦେଶର 4 ବଡ ସ୍କାମ ଉପରେ ନେଟଫ୍ଲିକ୍ସ ଆଣିବ ଡକ୍ୟୁମେଣ୍ଟ୍ରି ସିରିଜ

ଡକ୍ୟୁମେଣ୍ଟ୍ରି ସିରିଜ ‘ବିଲିନିୟର ବ୍ୟାଡ ବଏଜ’କୁ ନେଇ ଚର୍ଚ୍ଚା । ସିରିଜରେ ଦେଶର ବଡ ବଡ ସ୍କାମ ଦେଖିବାକୁ ମିଳିବ ।

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର

By

Published : Aug 21, 2020, 6:27 PM IST

ମୁମ୍ବାଇ: ଦେଶରେ ହୋଇଥିବା ବଡ ବଡ ଦୁର୍ନୀତିକୁ ପରଦାରେ ପର୍ଯ୍ୟବେଶିତ କରିବାର ଏବେ ଟ୍ରେଣ୍ଡ ଚାଲିଛି । ଓଟିଟି ପ୍ଲାଟଫର୍ମରେ ଏହି ସବୁ ଦୁର୍ନୀତି ଉପରେ ୱେବ ସିରିଜ, ୱେବ ଫିଲ୍ମ ନିର୍ମାଣ ହେଉଥିବାର ଦେଖିବାକୁ ମିଳୁଛି । ଗୋଟିଏ ପଟେ ସୋନି ଲିଭ 1992ରେ ହୋଇଥିବା ଷ୍ଟକ ମାର୍କେଟ ସ୍କାମ ବିଷୟବସ୍ତୁକୁ ନେଇ ଏକ ୱେବ ସିରିଜ ଖୁବଶୀଘ୍ର ରିଲିଜ କରିବାକୁ ପ୍ରସ୍ତୁତି ଚଳାଇଛି । ସେହିପରି ଅନ୍ୟପଟେ ନେଟଫ୍ଲିକ୍ସ ମଧ୍ୟ ଦେଶର ଚାରି ବଡ ଶିଳ୍ପପତିଙ୍କ ଦ୍ବାରା ହୋଇଥିବା ଦୁର୍ନୀତି ଉପରେ ଡକ୍ୟୁମେଣ୍ଟାରୀ ସିରିଜ ନିର୍ମାଣ କରିବାକୁ ଯାଉଛି ।

ପ୍ଲାଟଫର୍ମର ଏହି ଡକ୍ୟୁମେଣ୍ଟାରୀ ସିରିଜ ଦେଶରେ କର୍ପୋରେଟ ସେକ୍ଟର ଯେଉଁ ଚାରି ବଡ ଶିଳ୍ପପତିଙ୍କ ସିରିଜ ନିର୍ମାଣ କରିବ, ସେଥିରେ ସାମିଲ ଅଛନ୍ତି ସତ୍ୟମ, କିଙ୍ଗଫିସର ମାଲିକଙ୍କ ସହ ନୀରବ ମୋଦି । ଏହି ଚାରି ବଡ ଦୁର୍ନୀତକୁ ଗୋଟିଏ ସିରିଜରେ ସାମିଲ କରି ଡକ୍ୟୁମେଣ୍ଟ୍ରି ‘ବିଲିନିୟର ବ୍ୟାଡ ବଏଜ’ର ନିର୍ମାଣ ହେବ । ଯାହା ସେପ୍ଟେମ୍ବରରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ।

ପ୍ରକାଶ ଥାଉକି 2009ରେ ଦେଶର ଏକ ଫେମସ କମ୍ପାନୀ ସତ୍ୟମ କମ୍ପ୍ୟୁଟର୍ସ ଲିମିଟେଡ ସତ୍ୟମ ସ୍କାମ ହୋଇଥିଲା । ସେହି ସମୟରେ ଏହି କମ୍ପାନୀର ଚେୟାରମ୍ୟାନ ବାୟରାଜୁ ରାଲିଙ୍ଗ ରାଜୁ ଥିଲେ । ସେ ସ୍ପଷ୍ଟ କରିଥିଲେ ଯେ କମ୍ପାନୀର ଆକାଉଣ୍ଟଗୁଡିକ ଭୁଲ ଭାବରେ ଉପସ୍ଥାପିତ ହୋଇଛି । ସେହିପରି କିଙ୍ଗଫିସର ମାଲିକ ବିଜୟ ମାଲ୍ୟା ଦେଶର ବ୍ୟାଙ୍ଗରୁ ମୋଟା ଅଙ୍କ ନେଇ ଦେଶ ଛାଡି ପଳାଇଥିଲେ । ଯାହାଙ୍କ ମୁଣ୍ଡ ଉପରେ କୋଟି କୋଟି ଟଙ୍କାର ଲୋନ ଥିଲା । ସହାରା ଇଣ୍ଡିଆ କମ୍ପାନୀ ଉପରେ ମଧ୍ୟ ଠକାମି ଅଭିଯୋଗ ଲାଗିଛି । ଏହି କମ୍ପାନୀ ଉପରେ ଲୋକଙ୍କଠୁ କୋଟି କୋଟି ଟଙ୍କା ଲୁଟିଥିବାର ଅଭିଯୋଗ ହୋଇଥିଲା ।

For All Latest Updates

TAGGED:

ABOUT THE AUTHOR

...view details