ନୂଆଦିଲ୍ଲୀ: ଅଭିନେତା ନୀଲ ନିତିନ ମୁକେଶ ଇଣ୍ଡଷ୍ଟ୍ରିର ଅନ୍ୟତମ ଦକ୍ଷ ଯୁବ ଅଭିନେତା । ଲକଡାଉନ ସମୟରେ ନୀଲ ତାଙ୍କ ପରିବାର ସହିତ ଘରେ ସମୟ ବିତାଉଛନ୍ତି । ନୀଲ ପ୍ରାୟତଃ ତାଙ୍କ ଝିଅ ନୁରଭିଙ୍କ ଫଟୋ ଏବଂ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥାନ୍ତି ।
ନିକଟରେ, ନୀଲ ତାଙ୍କ ଝିଅଙ୍କର ଏକ କ୍ୟୁଟେଷ୍ଟ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ନୁରଭି ତାଙ୍କ ଜେଜେବାପାଙ୍କ ଗାଲରେ କିସ ଦେଉଥିବାର ଦେଖିବାକୁ ମିଳିଛି ।