ଓଡିଶା

odisha

ETV Bharat / sitara

Neil Nitin Mukesh Birthday: ହିରୋ ଭୂମିକାରେ ଫ୍ଲପ୍‌, ଭିଲିୟାନରେ ହିଟ୍‌ - ନୀଲ ନିତିନ ମୁକେଶଙ୍କ ଫିଲ୍ମ ଫ୍ଲପ୍

ବଲିଉଡର ମୋଷ୍ଟ ହ୍ୟାଣ୍ଡସମ୍‌ ଅଭିନେତା ନୀଲ ନିତିନ ମୁକେଶ ଶନିବାର (ଜାନୁୟାରୀ 15)ରେ ତାଙ୍କର 40 ତମ ଜନ୍ମଦିନ ପାଳନ କରୁଛନ୍ତି । ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିବା ନିଲ ଏବେ କ’ଣ କରୁଛନ୍ତି ଏବଂ କେଉଁଠି ଅଛନ୍ତି ?

ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି ମୋଷ୍ଟ ହ୍ୟାଣ୍ଡସମ୍‌ ଷ୍ଟାର, 20 ରୁ ଉର୍ଦ୍ଧ୍ବ ଫିଲ୍ମ ଫ୍ଲପ୍
ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି ମୋଷ୍ଟ ହ୍ୟାଣ୍ଡସମ୍‌ ଷ୍ଟାର, 20 ରୁ ଉର୍ଦ୍ଧ୍ବ ଫିଲ୍ମ ଫ୍ଲପ୍

By

Published : Jan 15, 2022, 10:48 AM IST

ହାଇଦ୍ରାବାଦ: ବଲିଉଡର ମୋଷ୍ଟ ହ୍ୟାଣ୍ଡସମ୍‌ ଅଭିନେତା ନୀଲ ନିତିନ ମୁକେଶ ଶନିବାର (ଜାନୁୟାରୀ 15)ରେ ତାଙ୍କର 40 ତମ ଜନ୍ମଦିନ ପାଳନ କରୁଛନ୍ତି । ଗାୟକ ନିତିନ ମୁକେଶଙ୍କ ପୁଅ ଏବଂ ହିନ୍ଦୀ ସିନେମା ପ୍ଲେବ୍ୟାକ୍ ଗାୟକ ମୁକେଶଙ୍କ ନାତି ହେଉଛନ୍ତି ନୀଲ୍‌ । ବଲିଉଡରେ ତିଷ୍ଠି ରହିବା ପାଇଁ ନିଲ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ଅଭିନୟ ଜଗତରେ ତାଙ୍କର କ୍ୟାରିୟର କିଛି ଖାସ୍‌ ନଥିଲା। ତେବେ ଫିଲ୍ମ ବ୍ୟତୀତ ନିଲ ଏବେ କ’ଣ କରୁଛନ୍ତି ଏବଂ କେଉଁଠି ଅଛନ୍ତି ?

ନୀଲ ନିତିନ ମୁକେଶ 'ବିଜୟ' ଏବଂ 'ଜୈସି କରତି ଓ୍ବେସି ଭରନି' ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ କାର୍ଯ୍ୟ କରିଥିଲେ। 2007 ମସିହାରେ ଫିଲ୍ମ 'ଜନି ଗଦ୍ଦାର'ରେ ଅଭିନେତା ଭାବରେ ନୀଲ ନିତିନ ମୁକେଶ ତାଙ୍କର ବଲିଉଡରେ ଡେବ୍ୟୁ ଆରମ୍ଭ କରିଥିଲେ। ମାତ୍ର ଚଳଚ୍ଚିତ୍ରଟି ଫ୍ଲପ୍ ହୋଇଥିଲା। ଏହା ପରେ ନିଲ୍ 'ଆ ଦେଖ ଜାରା', 'ଜେଲ୍', 'ଲଫଙ୍ଗେ ପରିନ୍ଦେ', 'ପ୍ଲେୟାର୍' ଏବଂ '3G' ଭଳି ଅନେକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ନୀଲ ନିତିନ ମୁକେଶ ତାଙ୍କ ଫିଲ୍ମ କ୍ୟାରିଅରରେ 20ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି, କିନ୍ତୁ ତାଙ୍କର କୌଣସି ଚଳଚ୍ଚିତ୍ର ବକ୍ସ ଅଫିସରେ କମାଲ କରିପାରି ନାହିଁ ।

ଶିଶୁ କଳାକାର ନୀଲ ନିତିନ ମୁକେଶ

ଯେତେବେଳେ ନିଲ ଜଣେ ଅଭିନେତା ଭାବରେ ଚଳଚ୍ଚିତ୍ରରେ ସଫଳତା ପାଇଲେ ନାହିଁ, ସେତେବେଳେ ସେ ନେଗେଟିଭ୍ ଭୂମିକା ଗ୍ରହଣ କରିବା ଆରମ୍ଭ କଲେ। ଯେମିତି କି 'ୱାଜିର', 'ଗୋଲମାଲ୍ ଅଗେନ୍‌' ଏବଂ 'ସାହୋ' ଚଳଚ୍ଚିତ୍ରରେ ନିଲ୍ ଜଣେ ଭିଲେନ୍ ଭାବରେ କାମ କରିଥିଲେ। ଚଳଚ୍ଚିତ୍ରରେ ଭିଲେନ୍ ଭାବରେ ନିଲଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା । ଫିଲ୍ମ 'ବାଇପାସ୍ ରୋଡ୍' (2019)ରେ ନୀଲଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ​।

ନିଲ ତାଙ୍କର 24 ତମ ଚଳଚ୍ଚିତ୍ର 'ଫିର୍କି'ରେ କାମ କରିବାକୁ ଯାଉଛନ୍ତି । କୋରୋନା ଭାଇରସ ଯୋଗୁଁ ଫିଲ୍ମଟି ବର୍ତ୍ତମାନ ଅଟକି ରହିଛି। ଅଭିନେତାଙ୍କ ପ୍ରକୃତ ନାମ ନୀଲ ନିତିନ ମୁକେଶ ନୁହେଁ,ବରଂ ନୀଲ ନିତିନ ମୁକେଶ ଚନ୍ଦ ମଥୁର ଅଟେ । ଏହି ନାମ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଅଭିନେତାଙ୍କୁ ଦେଇଥିଲେ ।

ପରିବାର ସହିତ ନୀଲ ନିତିନ ମୁକେଶ
ପତ୍ନୀ ଏବଂ ଝିଅ ସହିତ ନୀଲ ନିତିନ ମୁକେଶ
ପରିବାର ସହିତ ନୀଲ ନିତିନ ମୁକେଶ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details