ମୁମ୍ବାଇ: ଟିଭି ଅଭିନେତ୍ରୀ ତଥା ପ୍ରସିଦ୍ଧ ରିଆଲିଟି ସୋ 'ବିଗ୍ ବସ୍' 'ର ବିଜେତା ଉର୍ବଶୀ ଢୋଲକିଆ ଗୁରୁବାର ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଗାୟକ ନେହା କକ୍କର ସୋସିଆଲ ମିଡିଆରେ ଏକ ଖାସ ଅନ୍ଦାଜରେ ଉର୍ବଶୀଙ୍କୁ ବର୍ଥଡେ ଓ୍ବିଶ କରିଛନ୍ତି ।
ନେହା ଉର୍ବଶୀଙ୍କ ସହ ତାଙ୍କର ଦୁଇଟି ଫଟୋ ସେୟାର କରି ଲେଖିଛନ୍ତି, "ଜନ୍ମଦିନର ଶୁଭେଚ୍ଛା ଦିଦି !! ମୁଁ ଜାଣେ ତୁମେ ସବୁଠାରୁ ଶକ୍ତିଶାଳୀ ମହିଳା । ତୁମେ ସମସ୍ତ ସିଙ୍ଗଲ ମାଆମାନଙ୍କ ପାଇଁ ପ୍ରେରଣା ଅଟ । ତୁମ ଠାରୁ ମୁଁ ବହୁତ କିଛି ଶିଖିଛି । ତୁମେ ମୋ ପାଇଁ ମଧ୍ୟ ପ୍ରେରଣା ଅଟ । ତୁମେ ତୁମ ପିଲାମାନଙ୍କ ସହିତ ସବୁବେଳେ ଖୁସିରେ ରୁହ । ମୁଁ ତୁମକୁ ବହୁତ ଭଲପାଏ ଭଉଣୀ !!!!