ଓଡିଶା

odisha

ETV Bharat / sitara

ନେହାଙ୍କ ମୁଭ ଅନ ଚ୍ୟାଲେଞ୍ଜ - ଫେମସ ଗାୟିକା ନେହା କକ୍କରଙ୍କ ନୂଆ ପ୍ରୟାସ

ପ୍ରେମରେ ଧୋକା ଖାଇଥିବା ଲୋକଙ୍କ ପାଇଁ ମୁଭ ଅନ ଚ୍ୟାଲେଞ୍ଜ ଆଣିଛନ୍ତି ନେହା କକ୍କର। ଅଧିକ ପଢନ୍ତୁ...

_neha kakkar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର

By

Published : Apr 24, 2020, 12:39 AM IST

ମୁମ୍ବାଇ: ଫେମସ ଗାୟିକା ନେହା କକ୍କର ସବୁବେଳେ ସୋସିଆଲ ମିଡିଆରେ ମଜାଦାର ଭିଡିଓ, ଗୀତ , ଡାନ୍ସ ଭିଡିଓ ସେୟାର କରୁଥିବାର ନଜର ଆସୁଛନ୍ତି। ଲକଡାଉନ ପାଇଁ ଅନେକଥର ସେ ଦେଶବାସୀଙ୍କୁ ସଚେତନା ବାର୍ତ୍ତା ବାଣ୍ଟିସାରିଲେଣି । ହେଲେ ଏଥର ସେ ଯେଉଁ ଭିଡିଓ ପାଇଁ ଚର୍ଚ୍ଚାରେ ଆସିଛନ୍ତି । ତାହା କୋରୋନା ଭାଇରସ କିମ୍ବା ଲକଡାଉନ ପାଇଁ ନୁହେଁ । ଏହି ଭିଡିଓଟି ସେହିମାନଙ୍କ ପାଇଁ, ଯେଉଁମାନେ ପ୍ରେମରେ ଧୋକା ଖାଇଛନ୍ତି। ଆଜ୍ଞା ହଁ, ଏପରି ଲୋକଙ୍କ ପାଇଁ ନେହ ମୁଭ ଅନ ଚ୍ୟାଲେଞ୍ଜ ଆଣିଛନ୍ତି।

ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି MoveOnchallenge ଆରମ୍ଭ କରିଛନ୍ତି। ଯେଉଁଥିରେ ସେ ନିଜେ ଗାଇଥିବା ଗୀତ ‘ଜିନକେ ଲିଏ ହମ ରୋତେ ହେ’ ଗୀତ ପୁଣିଥରେ ଗାଉଥିବାର ନଜର ଆସୁଛନ୍ତି।

ଭିଡିଓରେ ପ୍ରଥମ ସେ ନିଜ ଅବସ୍ଥା ଉପରେ କାନ୍ଦୁଥିବାର ଦେଖାଯାଉଛନ୍ତି । ଆଉ ପରେ କାନ୍ଦ ବନ୍ଦ କରି ହସୁଥିବାର ନଜର ଆସୁଛନ୍ତି । ଏହାସହ ତାଙ୍କ ଭିଡିଓରେ ଅନେକ ଝିଅ ଦେଖାଯାଉଛନ୍ତି ଯେଉଁମାନେ ଧୋକା ଖାଇବା ପରେ ମୁଭ ଅନ କରୁନେଉଛନ୍ତି ।

ନେହା ଏହି ଭିଡିଓଟିକୁ @tashakapoor @suyesha_savant @ritikavatsmakeupandhair @deepikasdeepclicks @vibhagusainକୁ ଟ୍ୟାଗ ମଧ୍ୟ କରିଛନ୍ତି । ଯଦି ଆପଣଙ୍କ ହୃଦୟ କେବେ ପ୍ରେମରେ ଭାଙ୍ଗିଛି ତେବେ ନେହାଙ୍କ ମୁଭ ଅନ ଚ୍ୟାଲେଞ୍ଜ ଗ୍ରହଣ କରନ୍ତୁ ...

ABOUT THE AUTHOR

...view details