ଓଡିଶା

odisha

ETV Bharat / sitara

ନେହାଙ୍କ ମନ କିଣିଲା ‘ଖ୍ୟାଲ ରଖ୍ୟା’ ଗୀତ, ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ପୁଣିଥରେ ନିଜ ଭାଇ ଟୋନିଙ୍କ ସହ ନୂଆ ଭିଡିଓ ସେୟାର କଲେ ନେହା । ଏଥର ସେ ଭାଇଙ୍କୁ ‘ଖ୍ୟାଲ ରଖ୍ୟା କର’ କହିଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର

By

Published : Jun 11, 2020, 8:03 PM IST

ମୁମ୍ବାଇ: ଫେମସ ପ୍ଲେବ୍ୟାକ ସିଙ୍ଗର ନେହା କକ୍କରଙ୍କୁ ନିକଟରେ ରିଲିଜ ହୋଇଥିବା ଆସୀମ ରିୟାଜ ଓ ହିମାଂଶୀ ଖୁରାନାଙ୍କ ନୂଆ ମ୍ୟୁଜିକ ଭିଡିଓ ‘ଖ୍ୟାଲ ରଖ୍ୟା’ ଖୁବ୍ ପସନ୍ଦ ଆସିଛି । ସେ ଏହି ଗୀତର ପ୍ରଶଂସା କରି ନିଜ ଭାଇ ତଥା ଗାୟକ ଟୋନି କକ୍କରଙ୍କ ସହ ମିଶି ଏକ ଭିଡିଓ ମଧ୍ୟ ନିର୍ମାଣ କରିଛନ୍ତି ।

ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଟୋନି କକ୍କର ମେରୀ ତୁ ହି ତୁ ତାନ ହେ, ତୁ ଅପନା ଖ୍ୟାଲ ରଖ୍ୟା କର ।’ ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଭିଡିଓରେ ଭାଇ-ଭଉଣୀଙ୍କ ଶାନଦାର ବଣ୍ଡିଂ ଦେଖିବାକୁ ମିଳୁଛି ।

ପ୍ରକାଶ ଥାଉକି ଆସୀମ-ହିମାଂଶଙ୍କ ଖ୍ୟାଲ ରଖ୍ୟା ଦ୍ବିତୀୟ ମ୍ୟୁଜିକ ଭିଡିଓ । ଏହାପୂର୍ବରୁ ସେ ନେହଙ୍କ ପପୁଲାର ପଞ୍ଜାବୀ ସଙ୍ଗ ‘କଲ୍ଲା ସୋହଣୀୟା’ରେ ନଜର ଆସିସାରିଛନ୍ତି ।

ABOUT THE AUTHOR

...view details