ମୁମ୍ବାଇ:ଲକଡାଉନ ପାଇଁ ବର୍ତ୍ତମାନ ଜନସାଧାରଣଙ୍କଠୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ ସଭିଁଏ ଘରେ ସମୟ ବିତାଉଛନ୍ତି। ଯେଉଁଠାରେ ଜନସାଧାରଣ ଘରେ ବୋର ହେଉଥିବାର ନଜର ଆସୁଛନ୍ତି, ସେହିଠାରେ ସେଲିବ୍ରିଟି କିନ୍ତୁ ଘରେ ଖୁବ୍ ଏନଜୟ କରୁଛନ୍ତି । ଯାହା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଷ୍ଟାର୍ସଙ୍କ କିଛି ନା କିଛି ନୂଆ ଭିଡିଓ ପ୍ରାୟତଃ ଭାଇରାଲ ହେଉଛି। ହେଲେ ଦୁଃଖର କଥା ଯେ ବଲିଉଡର ଫେମସ ଗାୟିକ ନେହା କକ୍କରଙ୍କ ଉପରେ ଲକଡାଇନର ଏତେ ପ୍ରଭାବ ପଡିଛି ଯେ ବର୍ତ୍ତମାନ ସେ ଲେଖିକା ସାଜିଛନ୍ତି।
ଲକଡାଇନ ଇଫେକ୍ଟ: ଗାୟିକାରୁ ଲେଖିକା ସାଜିଲେ ନେହା - କୋରୋନା ଭାଇରସ ଅପଡେଟ ନ୍ୟୁଜ
ସୋସିଆଲ ମିଡିଆରେ ଭାଇରାଲ ହେଲା ନେହା କକ୍କରଙ୍କ ନୂଆ ଭିଡିଓ। ଏଥର କୌଣସି ରୋମାଣ୍ଟିକ ଗୀତ ନୁହେଁ ବରଂ କବିତା ଶୁଣାଉଛନ୍ତି ସେ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର
କଥାଟି ହେଲା ଯେ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜ ଲେଖା କବିତା ସମସ୍ତଙ୍କୁ କହି ଶୁଣାଉଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ଘର ପର ବୈଠା ହେ ହର ଏକ ଇନସାନ।’
ପ୍ରକାଶ ଥାଉକି ନେହାଙ୍କ ଏହା ଟିକ୍ଟକ୍ ଭିଡିଓ । ଭିଡିଓରେ ଏକ ପୁରୁଣା ଗୀତକୁ ନିଜ ଅନ୍ଦାଜରେ ଲେଖି ସେୟାର କରିଛନ୍ତି ନେହା । ଦେଖନ୍ତୁ ଭିଡିଓ...