ଓଡିଶା

odisha

ETV Bharat / sitara

5 ଗାର୍ଲଫ୍ରେଣ୍ଡଙ୍କ ସହ ଫଟୋ ସେୟାର କଲେ ନେହାଙ୍କ ସ୍ବାମୀ - ଫେମସ ଶୋ ‘ରୋଡିଜ’

ସୋସିଆଲ ମିଡିଆରେ 5 ଗାର୍ଲଫ୍ରେଣ୍ଡଙ୍କ ଫଟୋ ସେୟାର କରି ପତ୍ନୀ ନେହା ଧୂପିୟାଙ୍କୁ ଟ୍ରୋଲ କରୁଥିବାର ୟୁଜର୍ସଙ୍କୁ କଡା ଜବାବ ଦେଇଛନ୍ତି ଅଙ୍ଗଦ। ରିୟାଲିଟି ଶୋ ‘ରୋଡିଜ’ରେ ଜଣେ ପ୍ରତିଯୋଗୀଙ୍କୁ ଗାଳି ଦେଇ ଟ୍ରୋଲ ହେଉଛନ୍ତି ନେହା।

neha dhupia
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଙ୍ଗଦ ବେଦୀ

By

Published : Mar 16, 2020, 8:17 PM IST

ମୁମ୍ବାଇ: କିଛି ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହେବାରେ ଲାଗିଛନ୍ତି ଫେମସ ଅଭିନେତ୍ରୀ ନେହା ଧୂପିୟା । ନିକଟରେ ପ୍ରସାରିତ ହୋଇଥିବା ଫେମସ ଶୋ ‘ରୋଡିଜ’ର ଏକ ଏପିସୋଡରେ ଜଣେ ପ୍ରତିଯୋଗୀଙ୍କୁ ନେହା ଏପରି ଜବାବ ଦେଇଥିଲେ। ଯାହାପାଇଁ ଆଜି ତାଙ୍କର ସବୁ ମହଲରେ ସମାଲୋଚନା ହେଉଛି। ଟ୍ରୋଲ କରିବା ସହ ୟୁଜର୍ସ ତାଙ୍କୁ ସୋସିଆଲ ମିଡିଆରେ ଅପମାନଜନକ କମେଣ୍ଟ ମଧ୍ୟ କରିବାରେ ଲାଗିଛନ୍ତି ।

ଇତି ମଧ୍ୟରେ ତାଙ୍କ ସ୍ବାମୀ ତଥା ଅଭିନେତା ଅଙ୍ଗଦ ବେଦୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ନେହାଙ୍କ ସହ ଇନଷ୍ଟାଗ୍ରାମରେ ନିଜର 5ଟି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଶୁଣନ୍ତୁ ମୋ କଥା, ଦେଖନ୍ତୁ ମୋ 5 ଜଣ ଗାର୍ଲଫ୍ରେଣ୍ଡଙ୍କୁ। ଯାହା କରିବାର ଅଛି କରନ୍ତୁ।’

ପୁରା ମାମଲାଟି ହେଲା ଯେ ‘ରୋଡିଜ’ରେ ଜଣେ ପ୍ରତିଯୋଗୀ କହିଥିଲେ ଯେ ସେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ଏଥିନିମନ୍ତେ ଚାପୁଡା ମାରିଥିଲେ କାରଣ ସେ ତାଙ୍କୁ ଧୋକା ଦେଇଥିଲେ । ସେ ତାଙ୍କ ସହ ଆଉ 5 ଜଣଙ୍କ ପୁଅଙ୍କୁ ମଧ୍ୟ ଡେଟ କରୁଥିଲେ। ଶୋରେ ଜଜ ରୂପେ ଉପସ୍ଥିତ ଥିବା ନେହା ସେହି ପ୍ରତିଯୋଗୀଙ୍କ କଥା ଶୁଣି ଖୁବ୍ ରାଗି ଯାଇଥିଲେ। ଆଉ କହିଥିଲେ କୌଣସି ଝିଅ ଉପରକୁ ହାତ ଉଠାଇବାର ଅଧିକାର ନାହିଁ । ଏହାସହ ସେ ପ୍ରତିଯୋଗୀକୁ ଗାଳି ମଧ୍ୟ କରିଥିଲେ । ଯାହା ପାଇଁ ତାଙ୍କୁ ଟ୍ରୋଲ କରାଯାଇଛି । ଏହା ଉପରେ ନେହା ନିକଟରେ ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ମଧ୍ୟ ରଖିଥିଲେ ।

ABOUT THE AUTHOR

...view details