ଓଡିଶା

odisha

By

Published : Oct 3, 2021, 7:31 PM IST

ETV Bharat / sitara

ଦ୍ବିତୀୟ ଥର ମା' ହେଲେ ଅଭିନେତ୍ରୀ ନେହା

ଦ୍ବିତୀୟ ଥର ପାଇଁ ମାଆ ହେବାର ସୌଭାଗ୍ୟଲାଭ କରିଛନ୍ତି ବଲିଉଡ଼ ଅଭିନେତ୍ରୀ ନେହା ଧୁପିଆ । ତେବେ ଜାଣନ୍ତୁ କ'ଣ ହୋଇଛି ପୁଅ ନା ଝିଅ....

ଦ୍ବିତୀୟ ଥର ମା' ହେଲେ ଅଭିନେତ୍ରୀ ନେହା
ଦ୍ବିତୀୟ ଥର ମା' ହେଲେ ଅଭିନେତ୍ରୀ ନେହା

ମୁମ୍ବାଇ:ସେଲିବ୍ରିଟି କପଲ ନେହା ଧୁପିଆ ଓ ଅଙ୍ଗଦ ବେଦି ରବିବାର ପିତାମାତା ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଅଙ୍ଗଦ ଏହି ଖବର ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । ନେହାଙ୍କ ଗର୍ଭବତୀ ସମୟର ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଅଙ୍ଗଦ ଦେଇଛନ୍ତି ଏହି ଖୁସି ଖବର ।

ଉଭୟ ମା' ଓ ଶିଶୁ ସୁସ୍ଥ ଥିବା କହିଛନ୍ତି ଅଙ୍ଗଦ । ଖବର ଆସିବା ପରେ ଏହି କପଲଙ୍କ ନିକଟକୁ ଅଭିନୟ ଜଗତ ଓ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ନେହା ଦ୍ବିତୀୟ ଥର ପାଇଁ ପୁତ୍ର ସନ୍ତାନର ମା’ ହୋଇଛନ୍ତି । ସେ ଗତ ୨୦୧୮ ନଭେମ୍ବର ୧୮ ତାରିଖରେ ଜଣେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ।

ଗତ ଜୁଲାଇ ୧୯ ତାରିଖରେ ନେହା ଦ୍ବିତୀୟ ଥର ପାଇଁ ଗର୍ଭବତୀ ଥିବା ଘୋଷଣା କରିଥିଲେ । ଦୁହେଁ ୨୦୧୮ ମସିହା ମେ ମାସରେ ବିବାହ କରିଥିଲେ । ସେପଟେ ଅଭିନେତ୍ରୀ ସୋହା ଅଲ୍ଲୀ ଖାନ ନେହାଙ୍କୁ ହସ୍ପିଟାଲରେ ଭେଟି ଏକ ଫଟୋ ସେୟାର କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details