ଓଡିଶା

odisha

ETV Bharat / sitara

ପିପିଇ କିଟ୍ ପିନ୍ଧି ସୁଟିଂ କରୁଛନ୍ତି ନୀତୁଙ୍କ ଟିମ, ସେୟାର କଲେ ଫଟୋ - ସେଟରୁ ବିଟିଏସ ଫଟୋ ସେୟାର କଲେ ନୀତୁ

ଅଭିନେତ୍ରୀ ନୀତୁ କପୁର ଦୀର୍ଘ ସମୟ ପରେ କାମକୁ ଫେରିଛନ୍ତି । ଏବେ ସେ ତାଙ୍କ ଇନଷ୍ଟା ଷ୍ଟୋରୀରେ ସେଟରୁ ଏକ ବିଟିଏସ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପୁରା କ୍ରୁ ପିପିଇ କିଟ୍ ପିନ୍ଧି ସୁଟିଂ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

neetu shares-bts-photo-from-shooting-set-crew-in-ppe-kits
ସେଟରୁ ବିଟିଏସ ଫଟୋ ସେୟାର କଲେ ନୀତୁ,ପୁରା କ୍ରୁ ପିପିଇ କିଟ୍ ପିନ୍ଧିଥିବାର ଆସିଲେ ନଜର

By

Published : Nov 28, 2020, 5:06 PM IST

ନୂଆଦିଲ୍ଲୀ : ଦୀର୍ଘ ସମୟ ପରେ ଅଭିନେତ୍ରୀ ନୀତୁ କପୁର କାମକୁ ଫେରିଛନ୍ତି । ନିକଟରେ ସେ ମେକଅପ୍ ରୁମରୁ ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ସେଟର ଝଲକ ଦେଇଥିଲେ ।

ଏବେ ନୀତୁ ତାଙ୍କ ଇନଷ୍ଟା ଷ୍ଟୋରୀରେ ସେଟରୁ ଏକ ବିଟିଏସ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପୁରା କ୍ରୁ ପିପିଇ କିଟ୍ ପିନ୍ଧି ସୁଟିଂ କରୁଥିବା ଦେଖିବାକୁ ମିଳିଛି ।

କ୍ୟାମେରାମ୍ୟାନ୍ ଠାରୁ ଆରମ୍ଭ କରି ସ୍ପଟ୍ ବଏ ପର୍ଯ୍ୟନ୍ତ ଫଟୋରେ ଥିବା ସମସ୍ତେ ପିପିଇ କିଟ୍ ପିନ୍ଧିଛନ୍ତି । ଏହା ସ୍ପଷ୍ଟ ଭାବରେ ଦର୍ଶାଏ ଯେ, ସେଟରେ କୋରୋନାକୁ ଏଡାଇବା ପାଇଁ ନିୟମଗୁଡିକ ଭଲ ଭାବରେ ପାଳନ କରାଯାଉଛି ।

ଏହି ଫଟୋ ସେୟାର କରିବାବେଳେ ନୀତୁ ପରିବେଶକୁ ସୁରକ୍ଷିତ ରଖିଥିବାରୁ ଧର୍ମା ମୁଭିଜକୁ ଧନ୍ୟବାଦ ଦେଇଛନ୍ତି ।

ଏବେ ନୀତୁ ତାଙ୍କ ଆଗାମୀ ପ୍ରୋଜେକ୍ଟ ଜୁଗ୍ ଜୁଗ୍ ଜିଓ ପାଇଁ ସୁଟିଂ କରୁଛନ୍ତି ।

ପ୍ରକାଶ ଥାଉ ଯେ, ଅଭିନେତା ଋଷି କପୁରଙ୍କ ମୃତ୍ୟୁ ପରେ ନୀତୁ ସୋସିଆଲ ମିଡିଆ ଏବଂ କ୍ୟାମେରା ଠାରୁ ସମ୍ପୂର୍ଣ୍ଣ ଦୂରରେ ଥିଲେ । ଧିରେ ଧିରେ, ସମୟ ସହିତ ସେ ପୁଣିଥରେ ତାଙ୍କ ପୁରୁଣା ଟ୍ରାକ କୁ ଫେରି ଆସିଛନ୍ତି । ସେ ଫିଲ୍ମ ସେଟକୁ ଫେରିବା ପରେ ମଧ୍ୟ ରିଷିଙ୍କୁ ମିସ୍ କରୁଛନ୍ତି ।

ABOUT THE AUTHOR

...view details