ଓଡିଶା

odisha

ETV Bharat / sitara

ଋଷିଙ୍କ ମନେପକାଇ ଭାବବିହ୍ବଳ ନିତୁ କପୁର - neetu-on-rishi-kapoor

ଋଷିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଏକ ଇମୋସନାଲ ନୋଟ୍ ଲେଖିଛନ୍ତି ପତ୍ନୀ ନିତୁ । ଅଧିକ ପଢନ୍ତୁ...

neetu-on-rishi-kapoor-he-was-an-extension-of-our-existence
ଋଷିଙ୍କ ମନେପକାଇ ଭାବବିହ୍ବଳ ନୀତୁ

By

Published : Apr 30, 2021, 4:35 PM IST

ମୁମ୍ବାଇ: 2020 ବର୍ଷ ଅନେକ କଳାକାର ଦୁନିଆ ଛାଡି ଚାଲିଯାଇଥିଲେ । ଗତ ବର୍ଷ ଏତେ ଖରାପ ଥିଲା ଯେ ଅନେକ ଭେଟେରାନ ଅଭିନେତାଙ୍କ ମୃତ୍ୟୁ ସମୟ ପୂର୍ବରୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଲେ ସୁପରଷ୍ଟାର ଋଷି କପୁର । ଦୀର୍ଘ ବର୍ଷର ଅସୁସ୍ଥତା ପରେ ଗତ ବର୍ଷ ଏପ୍ରିଲ 30ରେ ତାଙ୍କର ଦେହାନ୍ତ ହୋଇଥିଲା । ଆଜି ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ।

ଏହି ଅବସରରେ ଋଷିଙ୍କ ପତ୍ନୀ ତଥା ଅଭିନେତ୍ରୀ ନୀତୁ କପୁର ସୋସିଆଲ ମିଡିଆରେ ଏକ ବ୍ଲାକ ଆଣ୍ତ ହ୍ବାଇଟ ଫଟୋ ସେୟାର କରି ଏକ ଇମୋସନାଲ ନୋଟ୍ ଲେଖିଛନ୍ତି ।

ନୀତୁ ଇନଷ୍ଟାଗ୍ରାମରେ ଲେଖିଛନ୍ତି, 'ଗତ ବର୍ଷ ଦୁନିଆବାସୀଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ସମୟ ଥିଲା । ବୋଧହୁଏ ଏହା ଆମ ପାଇଁ ଅତ୍ୟଧିକ ଥିଲା କାରଣ ଆମେ ତାଙ୍କୁ ହରାଇଥିଲୁ । ଗୋଟିଏ ଦିନ ମଧ୍ୟ ଏମିତି ବିତି ନାହିଁ ଯେତେବେଳେ ଆମେ ତାଙ୍କୁ ମନେ ପକାଇ ନାହୁଁ କିମ୍ବା ତାଙ୍କ ବିଷୟରେ କଥାବାର୍ତ୍ତା କରିନାହୁଁ କାରଣ ସେ ଆମର ଅସ୍ତିତ୍ବର ଅଂଶ ଥିଲେ । ତାଙ୍କର ଉତ୍ତମ ପରାମର୍ଶ, ତାଙ୍କର ମଜାଳିଆ ଅନ୍ଦାଜକୁ ମୁଁ କେବେ ଭୁଲିପାରିବି ନାହିଁ । ସେ ସର୍ବଦା ଆମ ହୃଦୟରେ ରହିବେ । କିନ୍ତୁ, ଜୀବନ ଆଗକୁ ବଢିବାର ଲାଗିଥିବ । 'ହ୍ୟାସଟ୍ୟାଗ ଋଷି କପୁର' ।

ପ୍ରକାଶ ଥାଉ କି, ଗତ ବର୍ଷ ଏପ୍ରିଲ 29ରେ ଇରଫାନ ଖାନ ଓ 30ରେ ଋଷିଙ୍କ ଭଳି ଭେଟେରାନ ଆକ୍ଟରକୁ ହରାଇଥିବା ପୁରା ଦେଶ । ଏଯାବତ ବି ଦୁଇଜଣଙ୍କ ମୃତ୍ୟୁକୁ କେହି ସହଜରେ ବିଶ୍ବାସ କରିପାରୁନାହିଁନ୍ତି ।

ABOUT THE AUTHOR

...view details