ଓଡିଶା

odisha

କଙ୍ଗନାଙ୍କୁ ଧମକ ଦେଇଥିବା ଶିବସେନା ବିଧାୟକଙ୍କୁ ଗିରଫ ଦାବି କଲା ଏନସିଡବ୍ଲୁ

By

Published : Sep 5, 2020, 8:42 AM IST

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଧମକ ଦେଇଥିବା ଅଭିଯୋଗରେ ଏନସିଡବ୍ଲୁ ଅଧ୍ୟକ୍ଷ ରେଖା ଶର୍ମା ଶୁକ୍ରବାର ଦିନ ଶିବସେନା ବିଧାୟକଙ୍କ ଗିରଫଦାରୀ ଦାବି କରିଛନ୍ତି । ଶିବସେନା ବିଧାୟକ ପ୍ରତାପ ସାରନାକ ରାଣାଓତଙ୍କୁ ଧମକ ଦେଉଥିବା ଖବର ବିଷୟରେ ଉଲ୍ଲେଖ କରି ଶର୍ମା କହିଛନ୍ତି ଯେ ସେ ଏହି ମାମଲାରେ ସୁ ମୋଟୁ କଗ୍ନିଜେସନ୍ ନେଉଛନ୍ତି ।

କଙ୍ଗନାଙ୍କୁ ଧମକ ଦେଇଥିବା ଶିବସେନା ବିଧାୟକଙ୍କୁ ଗିରଫ ଦାବି କଲା ଏନସିଡବ୍ଲୁ
କଙ୍ଗନାଙ୍କୁ ଧମକ ଦେଇଥିବା ଶିବସେନା ବିଧାୟକଙ୍କୁ ଗିରଫ ଦାବି କଲା ଏନସିଡବ୍ଲୁ

ନୂଆଦିଲ୍ଲୀ: ମହିଳା ଆୟୋଗର ଧାରା 10 (1) ଅନୁଯାୟୀ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା ଶିବସେନା ବିଧାୟକ ପ୍ରତାପ ସାରନାକଙ୍କୁ ସୁ-ମୋଟୁ କଗ୍ନିଜେସନ୍ ନେଇଛନ୍ତି । ବଲିଉଡ ଅଭିନେତା କଙ୍ଗନା ରାଣାଓତଙ୍କ ବିରୁଦ୍ଧରେ ହୋଇଥିବା ଅପମାନଜନକ ମନ୍ତବ୍ୟ ପାଇଁ ସେ ବିଧାୟକଙ୍କ ଗିରଫ ଦାବି କରିଛନ୍ତି ।

ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହ ତୁଳନା କରିଥିବାରୁ କଙ୍ଗନାଙ୍କୁ ଦେଶଦ୍ରୋହ ପାଇଁ ବୁକ୍ କରାଯିବାକୁ ପ୍ରତାପ ସରନାଇକ ଟ୍ୱିଟରେ କହିଛନ୍ତି। ସେ ଅଭିନେତ୍ରୀଙ୍କୁ ଧମକ ଦେଇ କହିଥିଲେ ଯେ, ଯଦି ସେ ମୁମ୍ବାଇରେ ପ୍ରବେଶ କରନ୍ତି ତେବେ ସେମାନେ ପାଲଘର ସାଧୁଙ୍କୁ ପରି ହତ୍ୟା କରାଯିବ ।

ବିଧାୟକଙ୍କ ଟ୍ୱିଟ୍ ଏବଂ ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏନସିଡବ୍ଲୁ ମୁଖ୍ୟ ଶର୍ମା ଏହି ମାମଲାରେ ସୁ ମୋଟୁ କଗ୍ନିଜେସନ୍ ନେଇଛନ୍ତି। ତାଙ୍କୁ ତୁରନ୍ତ ମୁମ୍ବାଇ ପୋଲିସ ଗିରଫ କରନ୍ତୁ ବୋଲି ଦାବି କରିଛନ୍ତି ।

ଇଟିଭି ଭାରତଙ୍କ ସହ କଥାବାର୍ତ୍ତା ବେଳେ ଏନସିଡବ୍ଲୁ ଚେୟାରମ୍ୟାନ୍ କହିଛନ୍ତି, “ଏନସିଡବ୍ଲୁ ଏହି ମାମଲାରେ ସୁ ମୋଟୁ ନେଇଛି ଏବଂ ବିଧାୟକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଡିଜିପି ମହାରାଷ୍ଟ୍ରକୁ ଆମେ ଏକ ଚିଠି ଲେଖିଛୁ, ଜଣେ ମହିଳାଙ୍କୁ ଏପରି ଧମକ ଦେବା ପାଇଁ ତାଙ୍କର ଅଧିକାରୀ ନାହିଁ ।’’

ମହାରାଷ୍ଟ୍ର ଭାରତର ଏକ ଅଂଶ ଏବଂ ଦେଶର ଯେକୌଣସି ବ୍ୟକ୍ତି ମହାରାଷ୍ଟ୍ରକୁ ଯାଇପାରିବେ । ଆମକୁ କହିବାକୁ ସ୍ବାଧୀନତା ଦିଆଯାଇଛି । ସେ ଯାହା କହିବାକୁ ଚାହାଁନ୍ତି ତାହା କହିପାରନ୍ତି କିନ୍ତୁ ଏହାର ଅର୍ଥ ନୁହେଁ ଯେକୌଣସି ରାଜନେତା କିମ୍ବା ନେତା ଏହିପରି ମହିଳାମାନଙ୍କୁ ଧମକ ଦେବେ । ଏଥିସହ ପୋଲିସ କମିଶନର ଏବଂ ମହାରାଷ୍ଟ୍ର ଡିଜିପି ଅନୁରୋଧ କରି ଶିବସେନା ବିଧାୟକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details